fbpx

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, କହିଲେ ‘୧୦ ବର୍ଷର ସୁଶାସନ ଉପରେ ମୋହର’

Advertisement

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ନବନିର୍ବାଚିତ ସାଂସଦଙ୍କୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକସଭାକୁ ସମ୍ବୋନ୍ଧିତ କରି କହିଛନ୍ତି ଯେ, ଲୋକସଭା ନିର୍ବାଚନର ଚର୍ଚ୍ଚା ସାରା ଦେଶରେ ହେଉଛି । ଲୋକେ ଲଗାତାର ତୃତୀୟ ଥର ସ୍ଥିର ସରକାର ଚୟନ କରିଛନ୍ତି ବୋଲି ସାରା ଦୁନିଆ ଦେଖୁଛି । ଲୋକେ ତୃତୀୟଥର ପାଇଁ ସରକାରଙ୍କୁ ବିଶ୍ୱାସ କରିଛନ୍ତି ।

ସେ କହିଛନ୍ତି ଯେ,ଗତ ୧୦ ବର୍ଷରେ କରାଯାଇଥିବା ପରିବର୍ତ୍ତନ କାରଣରୁ ଏହା ସବୁ ସମ୍ଭବ ହୋଇଛି । ମୋ ସରକାର ଭାରତକୁ ତୃତୀୟ ନମ୍ବର ଅର୍ଥବ୍ୟବସ୍ଥା ଗଠନ କରିବାରେ ନିୟୋଜିତ ଅଛନ୍ତି । ସବୁ ସେକ୍ଟରରେ ସରକାର ଦୃଢ କରିବାରେ ଲାଗିଛନ୍ତି । ଗତ ୧୦ ବର୍ଷରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ଜୋର ଦିଆଯାଇଛି । ସରକାର ଖରିଫ ଫସଲର ଏମଏସପିକୁ ପ୍ରୋତ୍ସାହିତ କରିଛନ୍ତି । ଆମେ ଅଧିକରୁ ଅଧିକ ଅତ୍ମନିର୍ଭର ହେବା ଚିନ୍ତାଧାରକୁ ଦୃଷ୍ଟିରେ ରଖି ଏହି ନୀତି ପ୍ରସ୍ତୁତ କରିଛୁ । ଆଜିକାଲି ଅପ୍ରାକୃତିକ ଉତ୍ପାଦମାନଙ୍କୁ ନେଇ ଦୁନିଆରେ ଡିମାଣ୍ଡ ଦ୍ରୁତଗତିରେ ବଢୁଛି । ଭାରତର କୃଷକଙ୍କ ପାଖରେ ଏହି ଡିମାଣ୍ଡକୁ ପୂରା କରିବାର ଭରପୂର କ୍ଷମତା ରହିଛି ।

Get real time updates directly on you device, subscribe now.