ନୂଆଦିଲ୍ଲୀ: ଦେଶ ଦୁନିଆରେ ଆଜି ହୋଲିର ପର୍ବ ପାଳନ କରାଯାଉଛି । ହୋଲି ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ହୋଲିକୁ ନେଇ ସମସ୍ତ ସହରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଗୁରୁବାର ରାତିରେ ହୋଲିକା ଦହନ ପରେ ଆଜିଠାରୁ ଅନେକ ସହରରେ ଖେଳାଯିବ ହୋଲିର ରଙ୍ଗ । ଏହାରି ମଧ୍ୟରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, ‘ରଙ୍ଗର ପର୍ବ ହୋଲି ସଦଭାବନା ଓ ସମନ୍ୱୟର ପର୍ବ । ଏହା ବସନ୍ତ ଋତୁର ଆଗମନ ଖବର ନେଇ ଆସିଥାଏ । ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ ।’
होली के पावन अवसर पर सभी देशवासियों को हार्दिक बधाई एवं शुभकामनाएं।
रंगों का पर्व होली, सामुदायिक सद्भाव और मेल-मिलाप का जीवंत उदाहरण है। यह वसंत ऋतु के आगमन का शुभ समाचार लेकर आता है।
मेरी कामना है कि यह त्योहार सभी देशवासियों के जीवन में आनंद, उमंग और नई ऊर्जा का संचार करे।
— President of India (@rashtrapatibhvn) March 18, 2022
ଏହା ସହ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯେ, ‘ସ୍ନେହ, ପ୍ରେମ ଓ ଭାଇଚାରାର ପ୍ରତୀକ ହେଉଛି ହୋଲି । ରଙ୍ଗୋତ୍ସବ ଆପଣଙ୍କ ଜୀବନକୁ ରଙ୍ଗମୟ କରୁ ।’
आप सभी को होली की हार्दिक शुभकामनाएं। आपसी प्रेम, स्नेह और भाईचारे का प्रतीक यह रंगोत्सव आप सभी के जीवन में खुशियों का हर रंग लेकर आए।
— Narendra Modi (@narendramodi) March 18, 2022