fbpx

ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି

ଓଡ଼ିଶା ଭାସ୍କର: ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ର ବିମାନ ଜରିଆରେ ବର୍ତ୍ତମାନ ମୟୁରଭଞ୍ଜ ଖିଚିଂରେ ପହଞ୍ଚିଛନ୍ତି । ତେବେ ଆଉ କିଛି ସମୟ ପରେ ସେ ମା’ କିଚକେଶ୍ୱରୀ ମନ୍ଦିର ଦର୍ଶନ ଅଭିମୁଖେ ବାହାରିବେ।

ସୂଚନା ଥାଉକି, ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ୪ ଦିନ ମଧ୍ୟରେ ଖୋର୍ଦ୍ଧା, କଟକ, ମୟୁରଭଞ୍ଜ, ଗଞ୍ଜାମ ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚୀ ରହିଛି । ଆଜି ପ୍ରଥମେ ସେ ମା’ କିଚକେଶ୍ୱରୀ ମନ୍ଦିର ଦର୍ଶନ କରିବେ। ଏହାପରେ ଆସନ୍ତାକାଲି କେନ୍ଦୁଝର ଏବଂ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ସେ ଯୋଗ ଦେବା ନେଇ ସୂଚୀ ରହିଛି । ଏବଂ ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମଧ୍ୟ ରାଷ୍ଟ୍ରପତି ଯୋଗ ଦେବେ। ତେବେ ମହାମହିମଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.