fbpx

ରାଷ୍ଟ୍ରପତିଙ୍କ ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଭୋଟ୍ ଦେବା ହେବ ନାହିଁ ସହଜ

Advertisement

ନୁଆଦିଲ୍ଲୀ: ଆଉ ଗୋଟିଏ ସପ୍ତାହ ପରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ମତଦାନ। ଏହା ପୁର୍ବରୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ସମୁହଙ୍କ ପ୍ରାର୍ଥି ଜଶବନ୍ତ ସିହ୍ନା ନିଜ ପାଇଁ ରାଜ୍ୟ ରାଜ୍ୟ ବୁଲି ସମର୍ଥନ ମାଗୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଘୋଷଣା ହେବା ପୁର୍ବରୁ ସକ୍ରିୟ ଦେଖାଯାଉଥିବା ମମତା ବାନର୍ଜି ଏକ ପ୍ରକାର ଶାନ୍ତ ପଡିଯାଇଛନ୍ତି । କାରଣ ଏବେ ମତାଙ୍କୁ ଘାରିଛି ଭୋଟ୍ ବ୍ୟାଙ୍କ ଚିନ୍ତା।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିରୋଧିଙ୍କୁ ଚକମା ଦେଇଛି। ଏହି ନିଷ୍ପତ୍ତି ଦ୍ୱାରା ନରେନ୍ଦ୍ର ମୋଦୀଙ୍କ ସରକାର ସମସ୍ତ ବର୍ଗର ଲୋକଙ୍କ ପ୍ରତି ଦୃଷ୍ଟିକୋଣ ସମାନ ରଖନ୍ତି ବୋଲି ବିଜେପି ଏହି ନାରା ସୃଷ୍ଟି କରିବାକୁ ଚାହୁଁଛି। ଏହା ସହିତ ମହିଳା ଶସକ୍ତିକରଣ ପାଇଁ ମଧ୍ୟ ଏହା ଏକ ବଡ଼ ବାର୍ତ୍ତା। ଏହାବାଦ୍ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଭୋଟ୍ ଦେବାକୁ କହିବା ମମତାଙ୍କ ପାଇଁ ଏତେଟା ସହଜ ହେବ ନାହିଁ।

କାରଣ ଏହା ପଛରେ ମଜତାଙ୍କ ଭୋଟ୍ ବ୍ୟାଙ୍କ ଗଣିତ ରହିଛି। ମମତା ବାନାର୍ଜୀ ୨୦୨୩ ମସିହାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଦନାପୁରର, ପୁରୂଲିଆ, ବାଙ୍କୁରା ଏବଂ ଜଙ୍ଗଲମହଲ ଜିଲ୍ଲାରେ ଆଦିବାସୀ ଭୋଟ୍ ବ୍ୟାଙ୍କକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଛି। ଗତ ଲୋକସଭା ନିର୍ବାଚନରେ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଏହି ଅଞ୍ଚଳରେ ବହୁ ସଂଖ୍ୟକ ଆସନ ଜିତିଥିଲା। ତେଣୁ ଏହି ଅଞ୍ଚଳରେ ଟିଏମସି ଭୋଟ୍ ପାଇଁ ଚିନ୍ତିତ। ଏହା ସହିତ ଏହି ସବୁ ଜିଲ୍ଲା ଓଡ଼ିଶାର ନିକଟବର୍ତ୍ତି ତଥା ଦ୍ରୌପଦୀଙ୍କ ଜିଲ୍ଲା ମୟୁରଭଞ୍ଜର ପଡୋଶି ଜିଲ୍ଲା ଅଟେ। ତେଣୁ ଏଠାରେ ଭୋଟ୍ ବ୍ୟାଙ୍କ ସହିତ ସ୍ଥାନୀୟ ଲୋକଙ୍କ ଆଶା ମଧ୍ୟ ମମତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଦ୍ରୌପଦୀ ମୁର୍ମୁ ସାନ୍ତାଳ ଜନଜାତିର ଅଟନ୍ତି। ଏଠାରେ ଦୁଇଟି ମାମଲାରେ ମମତା ଚିନ୍ତିତ: ଗୋଟିଏ, ଆଦିବାସୀ ଭୋଟ୍ ପୁନର୍ବାର ବିଜେପି ଆଡକୁ ଯାଇପାରେ; ଏବଂ ଅନ୍ୟଟି ହେଉଛି ମୁର୍ମୁ ଜଣେ ମହିଳା ପ୍ରାର୍ଥୀ। ଏହା ଦ୍ୱାରା ବଜେପି ପାଇଁ ମହିଳାଙ୍କ ଭୋଟ୍ ପ୍ରତିଶତ ବଢିପାରେ।

ଝରଗ୍ରାମ, ପଶ୍ଚିମ ମିଦନାପୁର, ପୁରୂଲିଆ ଏବଂ ବାଙ୍କୁରାରେ ୪୦ ଟି ବିଧାନସଭା ଆସନ ରହିଛି। ୨୦୨୧ ନିର୍ବାଚନ ସମୟରେ ବିଜେପିର ହିନ୍ଦୁତ୍ୱ ମନୋଭାବ ଏଠାକାର ଲୋକଙ୍କ ଉପରେ କୋଣସି ପ୍ରଭାବ ପକାଇ ପାରି ନଥିଲା। ଝାରଗ୍ରାମରେ ଚାରୋଟି ବିଧାନସଭା ଆସନ ଥିବାବେଳେ ପଶ୍ଚିମ ମିଦନାପୁର, ପୁରୁଲିଆ ଏବଂ ବାଙ୍କୁରାରେ ଯଥାକ୍ରମେ ୧୫, ୯ ଏବଂ ୧୨ ଟି ସିଟ୍ ରହିଛି। ଏହି ୪୦ ଟି ନିର୍ବାଚନମଣ୍ଡଳୀ ରହିଛି। ରାଜ୍ୟରେ ସମୁଦାୟ ଅନୁସୂଚିତ ଜନଜାତି ଜନସଂଖ୍ୟାର ମଧ୍ୟରୁ ୮୦ ପ୍ରତିଶତ ସାନ୍ତାଳ ଅଟନ୍ତି।

ଭାରତରେ ୮.୬ ପ୍ରତିଶତ ଆଦିବାସୀ ଜନସଂଖ୍ୟା ସତ୍ତ୍ୱେ ଏହି ବର୍ଗଟି ଅବହେଳା ହୋଇ ରହିଥିବା କୁହାଯାଏ। ବିଶ୍ୱର ଏକ ତୃତୀୟାଂଶ ଅର୍ଥାତ୍ ୧୦୪ ନିୟୁତ ଆଦିବାସୀ ଭାରତରେ ବାସ କରନ୍ତି। ଯଦି ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି, ୬୪ ବର୍ଷିୟ ମୁର୍ମୁ ଓଡିଶାର ଏକ ଆଦିବାସୀ ସମ୍ପ୍ରଦାୟର ଭାରତର ପ୍ରଥମ ରାଷ୍ଟ୍ରପତି ହେବେ। ସେ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ସଦସ୍ୟ ଯିଏକି ଝାଡଖଣ୍ଡର ରାଜ୍ୟପାଳ ହୋଇଥିଲେ। ସେ ଏକଦା ଓଡିଶାରେ ବିଜୁ ଜନତା ଦଳ (ବିଜେଡି) କ୍ୟାବିନେଟର ଏକ ଅଂଶ ଥିଲେ ଯେତେବେଳେ ନବୀନ ପଟ୍ଟନାୟକ ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ। ବିଜେଡିର ପଟ୍ଟନାୟକ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି।

ବିରୋଧୀ ଦଳର ଅଂଶ ହୋଇ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ହୋଇଥିବାରୁ ମୁର୍ମୁ ରାଜ୍ୟ ସରକାରଙ୍କ ସହ ଆନ୍ତରିକ ସମ୍ପର୍କ ରଖିଛନ୍ତି। ତେଣୁ ଝାଡଖଣ୍ଡ ମୁଖୀ ମୋର୍ଚ୍ଚା ମୁର୍ମୁଙ୍କ ସମର୍ଥନ କରିବା କିଛି ଆଶ୍ଚର୍ଯ୍ୟକର ନୁହେଁ। ଏଭଳି ସ୍ଥିତିରେ ମମତା ଆଦିବସୀ ଭୋଟ୍ ବ୍ୟାଙ୍କ୍‌କୁ ସୁରକ୍ଷା ଦେବେ ନାଁ ଜଶବନ୍ତ ସିହ୍ନାକୁ ସମର୍ଥନ କରିବେ ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି।

 

Get real time updates directly on you device, subscribe now.