Big Breaking: ମଣିପୁରରେ ଲାଗୁହେଲା ରାଷ୍ଟ୍ରପତି ଶାସନ, ୨୪ ମାସ ଧରି ଅଶାନ୍ତ ସ୍ଥିତିରେ ରହିଛି ରାଜ୍ୟ

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍ ସିଂଙ୍କ ଇସ୍ତଫା ପରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି ।

ଲଗାତର ୨ ବର୍ଷ ହେବ ରାଜ୍ୟରେ ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଳାଗି ରହିଛି । ଯାହାର ସମାଧାନ କରିବାରେ ବିରୋନ୍ ସିଂ ଅସଫଳ ହୋଇଥିଲେ ।

ଏ ଦୃଷ୍ଟିରୁ ଭାଜପା ଦଳ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବାନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ଯାହାପରେ ବିରୋନ୍ ଗତ ୯ ତାରିଖରେ ହଠାତ୍ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।

ବିରେନଙ୍କ ଇସ୍ତଫା ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ।