ମଣିପୁରରେ ଆହୁରି 6 ମାସ ପାଇଁ ବଢିଲା ରାଷ୍ଟ୍ରପତି ଶାସନ, 13 ଅଗଷ୍ଟରୁ ଲାଗୁ
ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ସମୟ ସୀମା । ଆଉ 6 ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ନିଷ୍ପତ୍ତି ।
ନୂଆଦିଲ୍ଲୀ: ମଣିପୁରରେ ବଢିଲା ରାଷ୍ଟ୍ରପତି ଶାସନ ସମୟ ସୀମା । ଆଉ 6 ମାସ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ନିଷ୍ପତ୍ତି । 13 ଅଗଷ୍ଟରୁ 6 ମାସ ପାଇଁ ଲାଗୁ ରହିବ ।
ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଲୋକସଭାରେ ଆଗତ ଏକ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ଏହିରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ, କେନ୍ଦ୍ର ସରକାର ଚଳିତ ବର୍ଷ ଫେବୃଆରୀରେ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଦେଇଥିଲେ ଏବଂ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।
କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୫୬ ଅନୁଯାୟୀ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ରାଷ୍ଟ୍ରପତି ଶାସନ ୬ମାସ ପାଇଁ ଲାଗୁ ହୋଇଥାଏ ଏବଂ ସଂସଦର ଅନୁମୋଦନ ପରେ ଏହାକୁ ପ୍ରତି ଛଅ ମାସରେ ବୃଦ୍ଧି କରାଯାଇପାରିବ, କିନ୍ତୁ ଏହାକୁ କେବଳ ତିନି ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ।
ଅଗଷ୍ଟ ୧୩ ତାରିଖରେ ମଣିପୁରରେ ରାଷ୍ଟ୍ରପତି ଶାସନର ଛଅ ମାସ ପୂରଣ ହେଉଛି। ଏପରି ପରିସ୍ଥିତିରେ ଏହାକୁ ଆଗକୁ ନେବା ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା। ୧୩ ଫେବୃଆରୀରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହି ସମ୍ପ୍ରସାରଣ ୧୩ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ।
ତେବେ ଗୋଟିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଅନୁମତି ଜରୁରୀ । ପ୍ରତି 6 ମାସରେ ସରକାର ସଂସଦର ଅନୁମତି ନେବା ନିହାତି ଜରୁରୀ ।