fbpx

ସିଲ୍ ଟାମ୍ପରିଙ୍ଗ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼

ବାସୁଦେବପୁର: ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ । ଭୋଟ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ, ପୋଲିଂ ଅଫିସରଙ୍କୁ ମାଡ଼ । କୁମାରପୁର ପଞ୍ଚାୟତ ୧୦ ନମ୍ବର ୱାର୍ଡ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ ମାଡ଼ । ଭୋଟ ବାକ୍ସ ସିଲ୍ ଖୋଲାଥିବା ଅଭିଯୋଗ କରି ପିଟିଲେ ଲୋକେ । ରିସିଭିଂ ସେଣ୍ଟର ଅଟଳ ବିହାରୀ ହାଇସ୍କୁଲ ସାମ୍ନାରେ ମାଡ଼ ମାରିଲେ ।

ବୁଥରେ ଭୋଟ ଗ୍ରହଣ ପରେ ସିଲ କରାଯାଇ ସ୍ତ୍ରଙ୍ଗ ରୁମକୁ ଆସୁଥିଲା । ହେଲେ ହାଇସ୍କୁଲରେ ସିଲ ଖୋଲାଯାଇଥିବାର କିଛି ଲୋକ ଦେଖିଥିଲେ । ଫଳରେ ସିଲ ଟାମ୍ପରିଙ୍ଗ କରିଥିବା ଅଭିଯୋଗ ଆଣି ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରିବା ସହ ଦୀର୍ଘ ସମୟ ଅଟକ ରଖିଥିଲେ । ପରେ ପୋଲିସ ତାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ ।

ସେହିପରି ବ୍ରାହ୍ମଣଗାଁ ର ୯ନମ୍ବର ବୁଥ ଓ ଜଗନାଥପୁର ପଂଚାୟତର ୧୦ନମ୍ବର ବୁଥ ରେ ସିଲ ଟାମ୍ପରିଙ୍ଗ କରାଯାଇଥିବା ପ୍ରଶାସନ ପାଖରେ  ଅଭିଯୋଗ ଆଣିଛନ୍ତି ଲୋକେ ।

Get real time updates directly on you device, subscribe now.