fbpx

ନାସାର ଚନ୍ଦ୍ର ଅଭିଯାନ ଆର୍ଟେମିସ-୧ର ଆଜି ଶୁଭାରମ୍ଭ, ଏଥିପାଇଁ ଚାଲିଛି ପ୍ରସ୍ତୁତି

ୱାସିଂଟନ : ଆଜି ଲଂଚ ହେବ ନାସାର ଚନ୍ଦ୍ର ଅଭିଯାନ ଆର୍ଟେମିସ-ୱାନ । ଏନେଇ ଆମେରିକା ସ୍ପେଶ ଏଜେନ୍ସି ନାସା ନିଜର ଚନ୍ଦ୍ର ଅଭଜାନ ଲଂଚ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଆଜି ଦିନ ୧୧ଟା ୩୪ ମିନିଟରେ ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହା ଉତପେକ୍ଷଣ ହେବ ।

ସୂଚନା ଅନୁଯାୟୀ, ଦୀର୍ଘ ଦେଢମାସ ହେବ ଏହି କାର୍ଯ୍ୟ ସ୍ଥଗିତ ରହିଥିଲା । ଅଗଷ୍ଟ ୩୦ ତାରିଖରେ ସ୍ପେସ୍ ଲଂଚ ସିଷ୍ଟମ ରକେଟରେ ଲାଗିଥିବା ଆରଏସ-୨୫ ଇଞ୍ଜିନ ଠିକ ଭାବେ କାମ ନକରିଥିବାରୁ ଏହାର ଅଭିଯାନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆରଏସ-୨୫ ଇଞ୍ଜିନ ଗୁଡିକରୁ ତରଳ ହାଇଡ୍ରୋଜେନ ଓ ଅମ୍ଳଜାନ ବାହାରିବା କଥା । ହେଲେ ଇଞ୍ଜିନିୟରମାନେ ଲକ୍ଷ୍ୟ କଲେ ଯେ ଗୋଟିଏ ଇଂଜିନରୁ ଏହା ଠିକଭାବେ ବାହାରୁନାହିଁ ତେଣୁ ଏହାର ଉଡାଣ ସଫଳ ହୋଇ ପାରିନଥିଲା ।

ଏହା ପୂର୍ବରୁ ନାସା ଘୋଷଣା କରିଥିଲା ଏହା ସେପ୍ଟେମ୍ବରେ ପୂର୍ନବାର ଲଂଚ ହେବ ହେଲେ କୌଣସି ତ୍ରୃଟି ପାଇଁ ସ୍ଥଗିତ ରହିଥିଲା । ତେବେ ଆଜି ଯଦି ଲଂଚ ସମୟରେ କୌଣସି ତ୍ରୃଟି ରୁହେ ତେବେ ୧୯ କିମ୍ବା ୨୫ ତାରିଖରେ ଉଦ୍ୟମ କରାଯିବର ସୂଚନା ରହିଛି ।

 

Get real time updates directly on you device, subscribe now.