fbpx

ହିମାଚଳ ପ୍ରଦେଶକୁ କ୍ୟାନ୍ସର ଭୟ ! ପ୍ରତି ୨୨୫ ଜଣ ଲୋକଙ୍କ ମଧ୍ୟରୁ ଜଣେ ଏଥିରେ ପୀଡ଼ିତ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ କ୍ୟାନସର ରୋଗୀଙ୍କୁ ନେଇ ଭୟଙ୍କର ତଥ୍ୟ ସାମନାକୁ ଆସିଛି। ଏହି ଏଠାରେ ୩୨ ହଜାରରୁ ଅଧିକ କ୍ୟାନସର ରୋଗୀ ଅଛନ୍ତି। ଜନସଂଖ୍ୟା ଅନୁସାରେ, ଯଦି ଦେଖିବା ତ ପ୍ରତି ୨୨୫ ଜଣ ଲୋକଙ୍କ ମଧ୍ୟରୁ ଜଣେ କ୍ୟାନସରରେ ପୀଡ଼ିତ । ହିମାଚଳ ପ୍ରଦେଶର ୬ଟି ହସ୍ପିଟାଲରେ କ୍ୟାନସର ରୋଗୀଙ୍କୁ ଚିକିତ୍ସାର ସୁବିଧା ମିଳୁଛି।

ହିମାଚଳ ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ କ୍ୟାନସର ରୋଗୀଙ୍କ ପରିସଂଖ୍ୟାନ ସେୟାର କରିଛନ୍ତି। ଇନ୍ଦୋରର ବିଧାୟକ ମଲେନ୍ଦ୍ର ରାଜନଙ୍କ ପ୍ରଶ୍ନର ଲିଖିତ ଜବାବରେ ରାଜ୍ୟର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ କର୍ଣ୍ଣଲ ଧନିରାମ ଶାଣ୍ଡିଲ କହିଛନ୍ତି ,ହିମାଚଳ ପ୍ରଦେଶରେ ୩୨୯୦୩ କ୍ୟାନସର ରୋଗୀ ରେଜିଷ୍ଟର୍ଡ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଶିମଳା, କାଙ୍ଗଡା , ମଣ୍ଡି, ସିରମୌର , ଚମ୍ୱା ଓ ହମିରପୁର ଜିଲ୍ଲାରେ କ୍ୟାନସର ରୋଗୀଙ୍କ ଚିକିତ୍ସାର ସୁବିଧା ଉପଲବ୍ଧ ରହିଛି। କାଙ୍ଗଡାର ଟାଣ୍ଡା ମେଡିକାଲ କଲେଜରେ ସବୁଠୁ ଅଧିକ ୧୯୧୩୫ କ୍ୟାନସର ରୋଗୀ ରେଜିଷ୍ଟର୍ଡ ଅଛନ୍ତି। ଶିମଳାର ଆଇଜିଏମସିରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୧୩୪୩ , ସିରମୌରର ନାହନ ମେଡିକାଲ କଲେଜରେ ୧୪୭୧, ହମିରପୁର ମେଡିକାଲ କଲେଜରେ ୫୩୫ , ମଣ୍ଡିର ନେରଚୌକ ମେଡିକାଲ କଲେଜରେ ୪୨୪ ଓ ଚମ୍ୱା ମେଡିକାଲ କଲେଜରେ ଗୋଟିଏ ରହିଛି।

ରାଷ୍ଟ୍ରୀୟ ଆୟୋଗର ଟେକ୍ନିକାଲ ଗ୍ରୁପ୍ର ରିପୋର୍ଟ ଅନୁସାରେ , ୧ ଜୁଲାଇ ୨୦୨୪ ସୁଦ୍ଧା ହିମାଚଳ ପ୍ରଦେଶର ଜନସଂଖ୍ୟା ୭,୫୧୮,୦୦୦ ଅର୍ଥାତ ୭୫.୧୮ ଲକ୍ଷ ହେବାର ଅନୁମାନ ରହିଛି। ଏହି ହିସାବରେ ଦେଖିଲେ , ପ୍ରତି ୨୨୫ ବ୍ୟକ୍ତି ମଧ୍ୟରେ ଜଣେ କ୍ୟାନସରରେ ପୀଡ଼ିତ।

ଆଇଜିଏମସି ଶିମଳାର ରେଡିୟୋଲଜି ବିଭାଗର ଅଧ୍ୟକ୍ଷ ଡା. ମନିଷ ଗୁପ୍ତାଙ୍କ କହିବାନୁସାରେ , ଏକୁଟିଆ ତାଙ୍କ ହସ୍ପିଟାଲକୁ ପ୍ରତି ବର୍ଷ ୨୫୦୦ରୁ ୩୦୦୦ କ୍ୟାନସରର ନୂଆ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

ଏହାର କାରଣ କହିଲେ ବିଶେଷଜ୍ଞ –

ଏଗ୍ରିକଲଚର ଏବଂ ହର୍ଟିକଲଚର ବିଶେଷଜ୍ଞ ଡା. ଏସପି ଭରଦ୍ୱାଜଙ୍କ କହିବାନୁସାରେ , କ୍ୟାନସରର ମାମଲା ବୃଦ୍ଧିର କାରଣରେ ପରିବା-ଫଳ ଉତ୍ପାଦନରେ ରାସାୟନିକର ପ୍ରୟୋଗ ବୃଦ୍ଧି ମଧ୍ୟ ଏକ କାରଣ। ଡା. ଯଶବନ୍ତ ସିଂହ ପରମାର ହର୍ଟିକଲଚର ଓ ଫରେଷ୍ଟ୍ରି ୟୁନିଭର୍ସିଟି ନୌନି (ସୋଲନ)ର ଏକ ରିସର୍ଚ୍ଚରେ କହିଛନ୍ତି ଯେ , ରାଜ୍ୟରେ ଫଳ-ପରିବାର କ୍ଷେତରେ ଖୁବ୍ ରାସାୟନିକର ପ୍ରୟୋଗ ହେଉଛି। ୩ରୁ ୪ ପ୍ରତିଶତ ଫଳ ପରିବାର ନମୂନାରେ ପେଷ୍ଟିସାଇଡ (କୀଟନାଶକ) ଓ ଫଙ୍ଗିସାଇଡ(କବକନାଶକ)ର ଅବଶେଷର ମାତ୍ରା ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ରହୁଛି। ହିମାଚଳରେ ରାସାୟନିକର ପ୍ରୟୋଗ ରାଷ୍ଟ୍ରୀୟ ପରସେଣ୍ଟରୁ ୧ ପ୍ରତିଶତ ଅଧିକ।

Get real time updates directly on you device, subscribe now.