fbpx

ଗ୍ରାହକଙ୍କୁ ଆଶ୍ୱସ୍ତି: ହ୍ରାସ ପାଇଲା ଖାଇବା ତେଲର ଦାମ୍

ନୂଆଦିଲ୍ଲୀ: ଆମଦାନି ଶୁଳ୍କ ହ୍ରାସ କରାଯିବା ପରେ ଗତ କିଛି ମାସ ଭିତରେ ଦେଶରେ ଖାଇବା ତେଲ ଦାମ୍ ହ୍ରାସ ପାଇଛି । ଅଧିକ ଅଶୋଧିତ ସନ୍‌ଫ୍ଲାୱାର ତୈଳ ଆମଦାନି କରାଯିବା ସହ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ଯୋଗୁଁ ତାହାର ଦାମ୍ ଗତବର୍ଷ ବହୁତ ବଢ଼ିଥିଲା। କେନ୍ଦ୍ର ସରକାର ସନ୍‌ଫ୍ଲାୱାର ଅଏଲ୍‌ ଉପରୁ ଶୁଳ୍କ ହ୍ରାସ କରିବା ପରେ ଦାମ୍ ହ୍ରାସ ପାଇଛି। ତେବେ କିନ୍ତୁ ବିଶ୍ୱ ବଜାରରେ ଦାମ ଅଧିକ ରହିଛି ।

ଚଳିତ ବର୍ଷ ପ୍ରାରମ୍ଭିକ ମାସଗୁଡ଼ିକରେ ବିଭିନ୍ନ କାରଣ ଯୋଗୁଁ ସନ୍‌ଫ୍ଲାୱାର ଅଏଲ୍‌ର ଲିଟର ପିଛା ଦାମ୍ ୧୮୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଭାରତ ସରକାର ଟିକସ ହ୍ରାସ ଭଳି ପଦକ୍ଷେପ ଗ୍ରହଣ କରିବାରୁ ତାହା ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌ର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଥିଲା। ଏବେ ଏହି ତେଲ ଲିଟର ପିଛା ୧୪୦ ଟଙ୍କା କିମ୍ବା ତା’ଠାରୁ କମ୍ ଦାମ୍‌ରେ ଉପଲବ୍ଧ ହେଉଛି। ସରକାରଙ୍କ ପଦକ୍ଷେପ ଯୋଗୁଁ ଖାଇବା ତେଲ ଦାମ୍‌ ଶୀର୍ଷ ସ୍ତରରୁ ପ୍ରାୟ ୨୦% ହ୍ରାସ ପାଇଛି। ଦାମ୍ କମିଥିବା ବେଳେ ଆଗକୁ ସଂକ୍ରାନ୍ତୀ ଆସୁଥିବାରୁ ଖାଇବା ତେଲ ଚାହିଦା ଆହୁରି ବଢ଼ିବ ବୋଲି ସେ କହିଛନ୍ତି।

ଏନେଇ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ବରିଷ୍ଠ ଉପସଭାପତି (ବିକ୍ରି ଓ ମାର୍କେଟିଂ) ପି ଚନ୍ଦ୍ରଶେଖର ରେଡ୍ଡି କହିଛନ୍ତି ଯେ, ଭାରତର ପ୍ରାୟ ୭୦% ସନ୍‌ଫ୍ଲାୱାର ଅଏଲ୍ ଦକ୍ଷିଣ ଭାରତୀୟ ରାଜ୍ୟ ଓ ଓଡ଼ିଶାରେ ବ୍ୟବହାର ହୋଇଥାଏ । ଅଶୋଧିତ ସନ୍‌ଫ୍ଲାୱାର ଅଏଲ୍‌ ମୁଖ୍ୟତଃ ୟୁକ୍ରେନ ଓ ରୁଷିଆରୁ ଆମଦାନି କରାଯିବା ପରେ ତାହାକୁ କଂପାନିର କାକିନାଡା ଓ କ୍ରିଷ୍ଣାପଟ୍‌ନମ୍‌ରେ ଥିବା କାରଖାନାରେ ବିଶୋଧନ କରାଯାଏ । ବିଶ୍ବ ବଜାରରେ ଦାମ୍‌, ବୈଦେଶିକ ମୁଦ୍ରା ଦର, ଆମଦାନି ଶୁଳ୍କ, ପରିବହନ ଏବଂ ମାନୁଫାକ୍‌ଚରିଂ ଖର୍ଚ୍ଚ ଆଦି ହିସାବକୁ ନେଇ କଂପାନି ଏହାର ବିକ୍ରି ମୂଲ୍ୟ ନିର୍ଦ୍ଧାରଣ କରିଥାଏ।

 

Get real time updates directly on you device, subscribe now.