fbpx

ଚନ୍ଦ୍ରପୃଷ୍ଠରୁ ମିଳିଲା ‘ଅମୂଲ୍ୟ ଖଣି’: ପୃଥିବୀରେ ଯାହାର ମୂଲ୍ୟ କୋଟି କୋଟି ଟଙ୍କା

Advertisement

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଦକ୍ଷିଣ ଧ୍ରୁବରେ ପହଞ୍ଚି ଇତିହାସ ଭାରତର ଚନ୍ଦ୍ରଯାନ-୩ । ବର୍ତ୍ତମାନ ଆମେରିକା ସ୍ପେସ ଏଜେନ୍ସି ନାସା ମଧ୍ୟ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବରେ ମିଶନ୍ ପଠାଇବା ପାଇଁ ପ୍ରସ୍ତୁତି ଜାରି ରଖିଛି । ସାଇଣ୍ଟିଫିକ ଡିସ୍କଭରୀ ହେଉଛି ଏହି ମିଶନର ମୁଖ୍ୟ ଲକ୍ଷ୍ୟ । ତେବେ ଚନ୍ଦ୍ରପୃଷ୍ଠକୁ ବିଭିନ୍ନ ଦେଶ ଗୋଟିଏ ପରେ ଗୋଟିଏ ମିଶନ୍ ପଠାଇବା ପଛରେ ଉଦ୍ଦେଶ୍ୟ କ’ଣ? କାରଣ ଏଠାରେ ରହିଛି ପୃଥିବୀର ଏକ ମହଙ୍ଗା ଜିନିଷ, ପୃଥିବୀରେ ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇପାରେ ।

ପୃଥିବୀରେ ହିଲିୟମ୍-୩ ପୃଥିବୀର ସବୁଠାରୁ ମହଙ୍ଗା ଜିନିଷ ମଧ୍ୟରେ ଗଣାଯାଇଥାଏ । ଏକ କେ.ଜି ହିଲିୟମ-୩ର ମୂଲ୍ୟ ପ୍ରାୟ ୧୨.୫ କୋଟି ହେବ । ତେବେ ବୈଜ୍ଞନିକମାନେ ଅନୁମାନ କରୁଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ମୋଟ ୧.୧ ମିଲିୟନ ଟନ୍ ରୁ ଅଧିକ ହିଲିୟମ-୩ ଉପସ୍ଥିତ ରହିଛି । କିନ୍ତୁ ଏହାର ଦକ୍ଷିଣ ଧ୍ରୁବରେ ଏହାର ଏକ ବଡ଼ ଅଂଶ ଅବସ୍ଥିତ ହୋଇଥାଏ । ହିଲିୟମ-୩ ଗ୍ୟାସର ଏକ ଷ୍ଟେବୁଲ ଆଇସୋଟୋପ ରହିଛି ହିଲିୟମ୍-୩ ଏହା ପ୍ରୋଟନ ଏବଂ ନ୍ୟୁଟ୍ରନରୁ କମ୍ ହୋଇଥାଏ । ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଏନର୍ଜିର ମୁଖ୍ୟ ଉପାଦାନ ସାବ୍ୟସ୍ତ ହୋଇପାରେ । ତେବେ ଏହି ହିଲିୟମ-୩ କୌଣସି ପ୍ରକାର ୱେଷ୍ଟେଜ ହୋଇ ନଥାଏ କିମ୍ବା ରିଡିଏସନ ମଧ୍ୟ ବାହାରି ନଥାଏ । ଅର୍ଥାତ୍ ଏଥିରୁ ନିର୍ଗତ ଶକ୍ତି ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ ହୋଇପାରେ । ମାତ୍ର ୧ ଗ୍ରାମ ହିଲିୟମ-୩ରୁ ୧୬୬୫ ମେଗାୱାଟ ଆୱାର୍ସର ବିଜୁଳି ପ୍ରସ୍ତୁତ ହୋଇପାରିବ । ଏଥିରୁ ପ୍ରାୟ ୧୬ ଘଣ୍ଟା ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଭଳି ରାଜ୍ୟଗୁଡ଼ିକୁ ବିଜୁଳି ସପ୍ଲାଏ କରାଯାଇପାରେ ।

ବୈଜ୍ଞନିକମାନେ କହିଛନ୍ତି ଯେ, ପୃଥିବୀର ମୂଳ ଅଂଶରେ ଏହି ହିଲିୟମ-୩ ମିଳିଥାଏ । କିନ୍ତୁ ଏଠାରେ ପହଞ୍ଚିବା ଚନ୍ଦ୍ରମାରେ ପହଞ୍ଚିବାଠାରୁ ମଧ୍ୟ ଖୁବ କଷ୍ଟକର । ତେବେ ପ୍ରକୃତରେ ଏହା କେଉଁଠି ମିଳିପାରିବ ସେ ନେଇ ବୈଜ୍ଞନିକମାନେ ସ୍ପଷ୍ଟ ସୂଚନା ପାଇ ପାରିନାହାନ୍ତି । ବିଗ୍ ବ୍ୟାଙ୍ଗ ପରେ ହିଲିୟମ-୩ର ଅଧିକାଂଶ ପରିମାଣ ଶେଷ ହୋଇଯାଇଥିବା ସେମାନେ କହିଛନ୍ତି ।

Get real time updates directly on you device, subscribe now.