ମହଙ୍ଗା ହେବ ୧୪୩ଟି ସାମଗ୍ରୀ: ୪ଟି ସ୍ଲାବର ଟିକସ ବ୍ୟବସ୍ଥା ନେଇ ଜିଏସଟି କମିଟିର ପ୍ରସ୍ତାବ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅନୁଷ୍ଠିତ ହେବ ଜିଏସଟି କମିଟି ବୈଠକ ।ଏହି ବୈଠକରେ ଜିଏସଟି ସ୍ଲାବରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି । ରେଭିନ୍ୟୁ ବଢାଇବା ପାଇଁ ରାଜ୍ୟ ଗୁଡିକ ଦାବି ଉପସ୍ଥାନ କରିବେ । ଫଳରେ କେନ୍ଦ୍ର ଉପରେ ରାଜ୍ୟ ମାନଙ୍କର ନିର୍ଭଶୀଳତା କମ ହେବ । ଏହା ସହିତ ୫ ପ୍ରତିଶତର ଟ୍ୟାକ୍ସ ସ୍ଲାବକୁ ଉଚ୍ଛେଦ ହେବାର ସମ୍ଭାବନା ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଏହା ସହିତ ଦୁଇଟି ନୂତନ ଟ୍ୟାକ୍ସ ସ୍ଲାବ ମଧ୍ୟ ଲଞ୍ଚ ହେବାର ସମ୍ଭାବନା ରହିଛି ।

୩ ଓ ୮ ପ୍ରତିଶତର ଦୁଇଟି ନୂତନ ଟ୍ୟାକ୍ସ ସ୍ଲାବ ଲଞ୍ଚ କରାଯିବ ବୋଲି ଅନୁମାନ କରାଯାଇଛି । ବର୍ତ୍ତମାନ ଜିଏସ୍ଟିରେ ୪ ପ୍ରକାରର ଟ୍ୟାକ୍ସ ସ୍ଲାବ ରହିଛି । ୫, ୧୨, ୧୮ ଓ ୨୮ ପ୍ରତିଶତର ଚାରିଟି ସ୍ଲାବ ବର୍ତ୍ତମାନର ବ୍ୟବସ୍ଥାରେ ରହିଥିବା ବେଳେ ସୁନା ଓ ସୁନା ଗହଣା ଉିବ ବୋଲି ଅନୁମାନ କରାଯାଇଛି । ବର୍ତ୍ତମାନ ଜିଏସ୍ଟିରେ ୪ ପ୍ରକାରର ଟ୍ୟାକ୍ସ ସ୍ଲାବ ରହିଛି । ୫, ୧୨, ୧୮ ଓ ୨୮ ପ୍ରତିଶତର ଚାରିଟି ସ୍ଲାବ ବର୍ତ୍ତମାନର ବ୍ୟବସ୍ଥାରେ ରହିଥିବା ବେଳେ ସୁନା ଓ ସୁନା ଗହଣା ଉପରେ ୩ ପ୍ରତିଶତର ଟିକସ ବ୍ୟବସ୍ଥା ରଖାଯାଇଛି ।

ପାମ୍ପଡ, ଗୁଡ, ପାୱାର ବ୍ୟାଙ୍କ, ଘଣ୍ଟା, ସୁଟକେଶ, ହ୍ୟାଣ୍ଡବ୍ୟାଗ୍, ପର୍ଫ୍ୟୁମ୍, ରଙ୍ଗୀନ ଟିଭି, ଚକୋଲେଟ୍, ଚୁଇଙ୍ଗମ୍, ଅଖରୋଟ, କଷ୍ଟାର୍ଡ ପାଉଡର, ନନ୍ ଆଲକୋହୋଲିକ୍ ବିଭରେଜ୍,ସେରାମିକ ସିଙ୍କ ବେସିନ୍ ଏବଂ ଚଷମା ଓ ଫ୍ରେମ ପରି ଜିନିଷ ଉପରେ ମୂଲ୍ୟବୃଦ୍ଧି ହେବ ବୋଲି ଜଣାପଡିଛି । ଏହି ସବୁ ସାମଗ୍ରୀ ଉପରେ ୧୮ ପ୍ରତିଶତର ଟିକସ ବ୍ୟବସ୍ଥା ରହିଥିବା ବେଳେ ଏହାକୁ ୨୮ ପ୍ରତିଶତ କରାଯିବ ବୋଲି ଜଣାପଡିଛି ।