fbpx

ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ‘ଆରୋଗ୍ୟ ମନ୍ଦିର’ ରଖାଯିବ, ରାଜ୍ୟପାଳଙ୍କ ଅଭିଭାଷଣରେ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ବେଳେ ଅନେକ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିବା ବେଳେ ଏବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି । ନିକଟରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ତାହା ପରିବର୍ତ୍ତନ ହୋଇନଥିଲା । ସେହିପରି ଏହା ପୂର୍ବରୁ ଢେଙ୍କାନାଳ ବସଷ୍ଟାଣ୍ଡ ଭିତରେ ରହିଥବବା ପାଖାପାଖି ୨୮ଟି ଲକ୍ଷ୍ମୀ ବସର ରଙ୍ଗ ସବୁଜରୁ ଗେରୁଆକୁ ପରିବର୍ତ୍ତନ ହୋଇଥିବାର ଦେଖାଯାଇଥିଲା ।

ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଅନେକ ବଡ଼ ନିଷ୍ପତ୍ତି ନେନବାକୁ ଯାଉଛନ୍ତି । ଗତ ୨୨ ତାରିଖଠାରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ରାଜ୍ୟପାଳ ରଘୁବାର ଦାସ ଅଭିଭାଷଣ ପ୍ରଦାନ କରିଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ କରାଯିବ ଓ ଏହା ରାଜ୍ୟବାସୀଙ୍କୁ ସାର୍ବଜନିନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବ । ରାଜ୍ୟରେ ୩ ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ।

ସେହିପରି ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରର ନାମ ପରିବର୍ତ୍ତନ କରାଯିବ । ଏହାର ନୂଆ ନାମ ‘ଆରୋଗ୍ୟ ମନ୍ଦିର’ ରଖାଯିବ ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆମୁକ୍ତ କରାଯିବ ଓ ଗର୍ଭବତୀଙ୍କ ପୁଷ୍ଟିକର ଖାଦ୍ୟ ଆବଶ୍ୟକତାକୁ ପୂରଣ ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ରେ ୧୦ଟି ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯିବ । ରାଜ୍ୟର ଅନେକ ଯୁବବର୍ଗଙ୍କ ପ୍ରତି ଧ୍ୟାନ ଦିଆଯିବ ସହ ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଆଦି କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟପାଳ ଅଭିଭାଷଣରେ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.