fbpx

ରଜ ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଜପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଭଳି ପବିତ୍ର ଅବସରରେ ରାଜ୍ୟବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି । ସେ ସମସ୍ତଙ୍କ ଖୁସି ଓ ଆନନ୍ଦର କାମନା କରିଛନ୍ତି ।

ରଜ ଓଡ଼ିଶାର ଏକ ପାରମ୍ପାରିକ ଗଣ ପର୍ବ । ଏହି ପର୍ବକୁ ସାଧାରଣତଃ ତିନିଦିନ ଧରି ପାଳନ କରାଯାଏ । ଏହି ତିନିଦିନ ମହିଳା ଓ ଝିଅ ଅଳତା, କୁଙ୍କୁମ,ମେହେନ୍ଦି ଓ ନୂଆ ପୋଷାକ ପିନ୍ଧି ସଜବାଜ ହୁଅନ୍ତି । ଏହା ସହିତ ଘରେ ଘରେ ପିଠାପଣା ହୋଇଥାଏ ।

Get real time updates directly on you device, subscribe now.