fbpx
BSKY SKY
BSKY SKY

ଦେଶର ବିକାଶରେ ମହିଳାଙ୍କ ଭାଗିଦାରିତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୭ଟି ବିଷୟ ଉପରେ ଗୁରୁତ୍ୱ ଦେଉଛନ୍ତି :କେନ୍ଦ୍ରମନ୍ତ୍ରୀ

BSKY

ନୂଆଦିଲ୍ଲୀ: ନୂଆ ଭାରତରେ ମହିଳାଙ୍କ ଭାଗିଦାରିତା ବୃଦ୍ଧି କରିବା ସହ ସେମାନଙ୍କୁ ସୁରକ୍ଷା ଓ ସମାନ ଅଧିକାର ଦେବା ଦିଗରେ କେନ୍ଦ୍ର ସରକାର ଦ୍ରୁତ ଗତିରେ କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଛନ୍ତି । ଦେଶର ବିକାଶରେ ମହିଳାଙ୍କ ଭାଗିଦାରିତାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୭ଟି ବିଷୟ ଉପରେ ବିଶେଷ ଭାବେ ଧ୍ୟାନ ଦେଇଛନ୍ତି । ପ୍ରଥମରେ ମହିଳାଙ୍କୁ ସୁରକ୍ଷା, ଆତ୍ମନିର୍ଭରଶୀଳ କରିବା ଏବଂ ତାଙ୍କର ସମୃଦ୍ଧି ପାଇଁ କାର୍ଯ୍ୟ କରାଯାଉଛି । ତେଣୁ ଜନସଂଖ୍ୟାର ଅସ୍ତିତ୍ୱକୁ ଗ୍ରହଣ କରି ମହିଳାମାନଙ୍କୁ ସୁବିଧା ଯୋଗାଇବା, ସେମାନଙ୍କର ଯତ୍ନ ନେବା ଏବଂ ଏକ ନିର୍ଣ୍ଣାୟକ ଭୂମିକାରେ ପହଞ୍ଚାଇବାକୁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.