fbpx
BJD SKY
BJD SKY

ମମତା ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଅତ୍ୟାଚାରର ଅନ୍ୟ ନାମ ଟିଏମସି

BJD

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗରେ ୧୫ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ରାଜ୍ୟର ନଦିଆ ଜିଲ୍ଲାର କ୍ରିଷ୍ଣା ନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏହା ସହ ପ୍ରଧାନମନ୍ତ୍ରୀ ମମତା ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଟିଏମସି ପାଇଁ ପଶ୍ଚିମବଙ୍ଗ ବିକାଶ ହୋଇ ପାରୁନାହିଁ । ଟିଏମସି ସରକାରଙ୍କ ରାଜ୍ୟବାସୀଙ୍କୁ ନିରାଶ କରିଛି ଏବଂ ସେମାନଙ୍କ ସହ ବିଶ୍ୱାସଘାତକତା କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର କ୍ରିଷ୍ଣା ନଗରରେ ଜନସଭାକୁ ସମ୍ବୋଧିତ କରି କହିଥିଲେ, ‘ଏହି ଧରା ହେଉଛି ପ୍ରଭୁ ଶ୍ରୀ କୃଷ୍ଣଙ୍କ ଭକ୍ତିର ବିଶିଷ୍ଟ ପ୍ରଚାରକ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ । ଚୈତନ୍ୟ ମହା ପ୍ରଭୁଙ୍କ ଚରଣରେ ମୋର ପ୍ରଣାମ । ଭଗବାନ ଶ୍ରୀକୃଷ୍ଣ ଯେଉଁ ଦ୍ୱାରକା ନଗରୀ ସ୍ଥାପନା କରିଥିଲେ, ଯାହା ସମୁଦ୍ର ମଧ୍ୟରେ ଜଳମଗ୍ନ ହୋଇଯାଇଥିଲା, କିଛି ଦିନ ପୂର୍ବରୁ ସେହି ସମୁଦ୍ର ଗଭୀରକୁ ଯାଇ ପୁରାତନ ଶ୍ରୀକୃଷ୍ଣ ଭୂମିକୁ ପ୍ରଣାମ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା ।’ ଏହା ସହ ପ୍ରଧାନମନ୍ତ୍ରୀ ମମତା ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଅତ୍ୟାଚାରର ଅନ୍ୟ ନାମ ହେଉଛି ଟିଏମସି । ଟିଏମସିର ଅର୍ଥ ବିଶ୍ୱାସଘାତ, ଭ୍ରଷ୍ଟାଚାର ଏବଂ ପରିବାରବାଦ(nepotism) । ସେଥିପାଇଁ ପଶ୍ଚିମବଙ୍ଗର ବିକାଶ ଜରୁରୀ ଅଟେ ।
ପୁରୁଲିଆ ଜିଲ୍ଲା ସ୍ଥିତ ଦାମୋଦର ଘାଟି ନିଗମର ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନର ଦ୍ୱିତୀୟ ଚରଣ(2×660 ମେଗାୱାଟ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମେଜିଆ ଥର୍ମାଲ ପାୱାର ଷ୍ଟେସନର ୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଫ୍ଲୁ ଗ୍ୟାସ୍ ଡିସଲଫରାଇଜେସନ୍ ପ୍ରଣାଳିର ଉଦ୍‌ଘାଟନ କରିଥିଲେ । ଏହା ସହ ୧,୯୮୬ କୋଟି ଟଙ୍କା ବୟରେ ନିର୍ମିତ ଜାତୀୟ ରାଜପଥ-୧୨ର ୧୦୦ କିମି ଲମ୍ବ ଫରକ୍କା- ରାୟଗଞ୍ଜ ବିଭାଗର ୪ ଲେନ୍ ବିଶିଷ୍ଟ ରାସ୍ତା ଉଦ୍ଘାଟନ କରିଥିଲେ ।

Get real time updates directly on you device, subscribe now.