fbpx

ଜି୨୦ ହେଲା ଜି୨୧, ସମସ୍ତଙ୍କୁ ନେଇ ଚାଲିବାର ସମୟ ଆସିଯାଇଛି କହି ଏହି ନୂତନ ରାଷ୍ଟ୍ରକୁ ସ୍ଥାୟୀ ସଦସ୍ୟ ଭାବରେ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପରେ ସାରା ବିଶ୍ୱର ମହାଶକ୍ତିଙ୍କ ମହାମନ୍ଥନ ଆରମ୍ଭ ହୋଇଯାଇଛି । ସ୍ୱାଗତ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହା ସମସ୍ତଙ୍କ ସହ ମିଶିକରି ଚାଲିବାର ସମୟ ।
ତେବେ ଏହି ଅବସରରେ ସମ୍ମିଳନୀର ଉଦଘାଟନ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବପ୍ରଥମେ ମରକ୍କୋରେ ହୋଇଥିବା ଭୂମିକମ୍ପ ଉପରେ ଦୁଃଖ ପ୍ରକାଶ କରିଥିଲେ । ସେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସମୟରେ କହିଥିଲେ ଅଢେଇ ହଜାର ବର୍ଷ ପୂର୍ବେ ଭାରତର ମାଟି ପୁରା ବିଶ୍ୱକୁ ଏ ବାର୍ତ୍ତା ଦେଇଥିଲା କି ମାନବତାର କଲ୍ୟାଣ ଓ ସୁଖ ଶାନ୍ତି ଲାଗି ଭାରତ ସର୍ବଦା ପ୍ରଯତ୍ନ କରିବ । ଏହି ବାର୍ତ୍ତାକୁ ମନେ ପକାଇ ଜି୨୦ ର ଆରମ୍ଭ କରିବା ସହ ସେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ଏହି ସମ୍ମିଳନୀରେ ସର୍ବ ସମ୍ମତିରେ ଆଫ୍ରିକାନ ୟୁନିଅନକୁ ସଦସ୍ୟତା ମିଳିଯାଇଛି । ଏଣୁ ଏବେ ଜି୨୦ ବଦଳରେ ଏହି ସମ୍ମିଳନୀକୁ ଜି ୨୧ କୁହାଯିବ । ଏହି ସମ୍ମିଳନୀରେ ଭାରତ ନିଜକୁ ଗ୍ଲୋବାଲ ସାଉଥ ଲିଡର ଭାବରେ ପ୍ରତିପାଦିତ କରିଛି । ଆଫ୍ରିକାନ ୟୁନିଅନରେ ୫୫ ଗୋଟି ଦେଶ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଆମେ ପ୍ରସ୍ତାବ ରଖିଥିଲୁ କି ଆଫ୍ରିକାନ ୟୁନିଅନକୁ ସ୍ଥାୟୀ ସଦସ୍ୟତା ମିଳୁ ବୋଲି । ସେ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମୋର ବିଶ୍ୱାସ ରହିଛି ଯେ, ଏଥିରେ ଆପଣମାନଙ୍କର ସହମତି ରହିଛି । ଏହାପରେ ସେ ସମସ୍ତଙ୍କ ସହମତିରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆଫ୍ରିକାନ ୟୁନିଅନକୁ ସଦସ୍ୟ ରାଷ୍ଟ୍ର ଭାବରେ ଆମନ୍ତ୍ରିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

Get real time updates directly on you device, subscribe now.