ପ୍ରଥମଥର ଗୁୟାନାରେ ପହଞ୍ଚିଲେ ଭାରତର ପ୍ରଧାନମନ୍ତ୍ରୀ, ଏୟାରପୋର୍ଟରେ ରାଷ୍ଟ୍ରପତି ମହମ୍ମଦ ଇରଫାନ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଗୁୟାନା ପହଞ୍ଚିଛନ୍ତି । ସେ ୫୬ ବର୍ଷ ମଧ୍ୟରେ ଏହି ଦେଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁୟାନାର ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲି ଏବଂ ୧୨ରୁ ଅଧିକ କ୍ୟାବିନେଟ ମନ୍ତ୍ରୀ ବିମାନବନ୍ଦରରେ ପିଏମ ମୋଦୀଙ୍କୁ ସ୍ୱାଗତ କରିଛନ୍ତି ।

ପିଏମ ନରେନ୍ଦ୍ର ମୋଦୀ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଗୁୟାନା ରାଷ୍ଟ୍ରପତି ପିଏମ ମୋଦୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି । ଏହାପରେ ପିଏମ ମୋଦୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ନରେନ୍ଦ୍ର ମୋଦୀ ଗୁୟାନା ସଂସଦର ବିଶେଷ ବୈଠକକୁ ସମ୍ବୋଧିତ କରିବେ । ଏଥିସହ ପିଏମ ମୋଦୀ କକାରିବିୟାନ୍ ସହଭାଗୀ ଦେଶର ନେତାମାନଙ୍କ ସହ ଦ୍ୱିତୀୟ କାରିକମ ସମ୍ମିଳନୀରେ ହେବେ ।