fbpx

ଦୁନିଆର ଦ୍ଵିତୀୟ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ହେଲେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଥମ ସ୍ଥାନରେ ରହିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ମାଇକ୍ରୋବ୍ଲୋଗିଙ୍ଗ୍ ଓ୍ଵେବସାଇଟ୍ ଟ୍ଵିଟର ଚଳିତ ବର୍ଷର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥିରେ ଶୀର୍ଷରେ  ରହିଛନ୍ତି ଆମେରିକା ପ୍ରସିଦ୍ଧ ଗାୟିକା ଟେଲର ସ୍ଵିଫ୍ଟ । ସୋମବାର ଜାରି ଟ୍ଵିଟରରେ ୫୦ ସବୁଠୁ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହା  ବ୍ୟତୀତ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଏହି ସୂଚୀରେ ୩୫ତମ ସ୍ଥାନ ମିଳିଛି। ଏଥିସହ ପ୍ରସିଦ୍ଧ ଆମେରିକା ଅଭିନେତା  ଡ୍ଵେନ ଜନସନ ଓରଫ ଦ ରକ୍, ଲିୟୋନାର୍ଡୋ ଡି କାପ୍ରିୟୋ ଏବଂ ଆମେରିକାର ପୂର୍ବତନ ପ୍ରଥମ ମହିଳା ମିଶେଲ ଓବାମା ମଧ୍ୟ ଆଗରେ ରହିଛନ୍ତି।

ଏହି ରାଙ୍କିଙ୍ଗ୍ କଞ୍ଜ୍ୟୁମର ଇଣ୍ଟେଲିଜେନ୍ସ କମ୍ପାନୀ ବ୍ରାଣ୍ଡଓ୍ଵାଚ୍ ପକ୍ଷରୁ ହୋଇଥିବା ବାର୍ଷିକ ଅଧ୍ୟୟନ ଆଧାରରେ ଦିଆଯାଇଛି। ବ୍ରାଣ୍ଡଓ୍ଵାଚ୍ କମ୍ପାନୀ ତତ୍ୟର ବିଶ୍ଳେଷଣ ପାଇଁ ସାମାଜିକ ମିଡିଆ ତଥ୍ୟ ଉପଯୋଗ କରିଥାଏ। ସୂଚନାଯୋଗ୍ୟ, ନିକଟରେ ମୋଦୀ ଅନ୍ୟ ଏକ ଏଜେନ୍ସି ଦ୍ଵାରା ହୋଇଥିବା ସର୍ଭେରେ ବିଶ୍ଵର ସବୁଠୁ ଲୋକପ୍ରିୟ ନେତା ହୋଇଥିଲେ।

Get real time updates directly on you device, subscribe now.