fbpx

ନୂଆ ସଂସଦରେ ଓଡ଼ିଆ ଶ୍ରମିକଙ୍କୁ ସମ୍ବର୍ଦ୍ଧନା, ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ସମ୍ମାନିତ କରାଯାଇଛି । । ଶ୍ରମିିକମାନଙ୍କୁ ପ୍ରଧାନମନ୍ତ୍ରୀ ନିଜେ ସାଲ ଅର୍ପଣ କରିବା ସହ ଉପହାର ପ୍ରଦାନ କରି ସମ୍ମାନିତ କରାଉଛନ୍ତି । ଏହି ଶ୍ରମିକମାନଙ୍କ ମଧ୍ୟରେ ଓଡ଼ିଆ ଶ୍ରମିକଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନୀତ କରାଇଛନ୍ତି । ଆଜି ନୂତନ ସଂସଦ ଲୋକାର୍ପିତ ହୋଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ସର୍ବପ୍ରଥମେ ଶ୍ରମିକ ମାନଙ୍କୁ ଗୁରୁତ୍ୱ ଦେଇଛନ୍ତି ।

ସୂଚନା ଅନୁଯାୟୀ,  ସଂସଦ ନିର୍ମାଣ କାର୍ଯ୍ୟରେ ୬୦,୦୦୦ ଶ୍ରମିକ ନିୟୋଜିତ ଥିଲେ । ଶ୍ରମିକମାନଙ୍କ ଏହି ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମ୍ମାନିତ କରାଉଛନ୍ତି । ଜଣେ ଓଡ଼ିଆ ଶ୍ରମିକ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ପ୍ରଧାନମନ୍ତ୍ରୀ ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, “ଏହି ସଂସଦ ଭବନର ନିର୍ମାଣରେ ପ୍ରାୟ ୬୦,୦୦୦ ଶ୍ରାମ ଯୋଗୀ ସହଯୋଗ କରିଛନ୍ତି। ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ନୂତନ ସଂସଦ ଭବନ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ସାକ୍ଷୀ।’

ତେବେ ଦେଶକୁ ଏକ ନୂତନ ସଂସଦ ଭବନ ମିଳିଛି। ଏହାକୁ ସମ୍ପୂର୍ଣ୍ଣ ଆଇନ ଶୃଙ୍ଖଳା ସହ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିଛନ୍ତି। ଏହି ନୂତନ ଭବନର ଲୋକସଭାରେ ୮୮୮ ଜଣ ଏବଂ ରାଜ୍ୟସଭାରେ ୩୮୪ ଜଣ ସଦସ୍ୟଙ୍କ ପାଇଁ ବସିବାର ବ୍ୟବସ୍ଥା ରହିଛି। ନୂଆ ସଂସଦକୁ ନେଇ ଦେଶରେ ଅନେକ ରାଜନୀତି ହୋଇଥିଲା। ନୂତନ ସଂସଦର ଉଦଘାଟନରୁ ପ୍ରାୟ ସମଗ୍ର ବିରୋଧୀ ଦଳ ଦୂରେଇ ଯାଇଛନ୍ତି।

Get real time updates directly on you device, subscribe now.