fbpx

ଆଜି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ: ରୋଜଗାର ମେଳାରେ ମିଳିବ ଚାକିରୀ

Advertisement

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଦେଶର ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ନୂଆ ପନ୍ଥା ଭେଟି ଦେବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ବିଭାଗରେ ନିଯୁକ୍ତ ହୋଇଥିବା ୧ ଲକ୍ଷରୁ ଅଧିକ ଅଭ୍ୟର୍ଥୀଙ୍କୁ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକୀକୃତ ପରିସର କର୍ମଯୋଗୀ ଭବନର ପ୍ରଥମ ପର୍ଯ୍ୟାୟର ଉଦଘାଟନ ମଧ୍ୟ କରିବେ ।ଏ ନେଇ ମୋଦୀଙ୍କ ତରଫରୁ ଏକ ବୟାନ ଜାରି ହୋଇଛି । ଆଜି ଦିନ ୧୦.୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ସୂଚନା ଅନୁସାରେ, ଆଜି ଦେଶର ମୋଟ ୪୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ । ତେବେ ରାଜସ୍ୱ ବିଭାଗ, ଗୃହ ମନ୍ତ୍ରାଳୟ, ଉଚ୍ଚ ଶିକ୍ଷା ବିଭାଗ ସମେତ ପରମାଣୁ ଶକ୍ତି ବିଭାଗ, ରକ୍ଷା ମନ୍ତ୍ରାଳୟ, ଆର୍ଥିକ ସେବା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ଏବଂ ରେଳ ମନ୍ତ୍ରାଳୟରେ ଚଳିତଥର ରୋଜଗାର ଦିଆଯାଇଛି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି ।

ରୋଜଗାର ମେଳା ଦେଶରେ ବେରୋଜଗାରୀ ହଟାଇବା କ୍ଷେତ୍ରରେ ପ୍ରାଥମିକତା ଦେଇ ଏହାକୁ ହଟାଇବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି ପ୍ରଧାନମନ୍ତ୍ରୀ । ନିଯୁକ୍ତି ମେଳାରେ ବେରୋଜଗାରୀ ହଟାଇବା ସହ ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ ଏବଂ ରାଷ୍ଟ୍ରୀୟ ବିକାଶରେ ସାମିଲ ହେବା ପାଇଁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ନବନିଯୁକ୍ତ କର୍ମୀମାନଙ୍କୁ ଆଇଜିଓଟି ପୋର୍ଟାଲରେ ଏକ ଅନଲାଇନ ମଡ୍ୟୁଲ ‘କର୍ମଯୋଗୀ ପ୍ରାରମ୍ଭ’ ଜରିଆରେ ନିଜକୁ ପ୍ରଶିକ୍ଷିତ କରିବା ପାଇଁ ମଧ୍ୟ ସୁଯୋଗ ପାଇପାରୁଛନ୍ତି ।

Get real time updates directly on you device, subscribe now.