ପ୍ରଧାନମନ୍ତ୍ରୀ ଆଉ ପ୍ରୟାଗରାଜରେ କରିବେନି ମହାସ୍ନାନ, କାରଣ…

ନୂଆଦିଲ୍ଲୀ,୩୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ପ୍ରୟାଗରାଜରେ କରିବେନି ମହାସ୍ନାନ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ମହାକୁମ୍ଭ ମେଳାରେ ଯୋଗ ଦେଇ ମହାସ୍ନାନ କରିଥାନ୍ତେ । ମାତ୍ର ମୋଦୀଙ୍କ ପ୍ରୟାଗରାଜ  ଗସ୍ତ ବାତିଲ ହୋଇପାରେ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୫ ଫେବୃଆରୀରେ ମହାକୁମ୍ଭରେ ସ୍ନାନ କରିବାକୁ ଯିବେ ନାହିଁ। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀ  ତାଙ୍କ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଏ ସମ୍ପର୍କରେ ଆଉ ଏକ ତାରିଖ ସ୍ଥିର କରାଯାଇପାରିବ। ତଥାପି ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ।

ମହାକୁମ୍ଭରେ ହୋଇଥିବା ବଡ଼ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜ ମହାକୁମ୍ଭ ପରିଦର୍ଶନ କରିବାକୁ
ଯାଇଥାନ୍ତେ । ମାତ୍ର ତାହା ବାତିଲ ହୋଇଛି ।