ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଖୁବଶୀଘ୍ର କୋଭିଡ ଟିକା ଆସିବା ନେଇ ସଙ୍କେତ ମିଳିଛି । ଅଗ୍ରାଧିକାର ଭିତ୍ତିରେ ଓଡିଶାକୁ ପ୍ରାଥମିକତା ଦେବାକୁ ବିଜେଡି ଦାବି କରିଛି । ଏନେଇ ସର୍ବଦଳୀୟ ବୈଠକରେ ସାଂସଦ ଚନ୍ଦ୍ରଶେଖର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଟିକା କେମିତି ଆଗ ଓଡିଶା ପାଇବ, ତାହା ଉପରେ ଫୋକସ୍ କରାଯିବ । ସର୍ବଦଳୀୟ ବୈଠକରେ ଓଡିଶା ୨ଟି ପ୍ରସ୍ତାବ ରଖିଛି । ତୃଣମୂଳ ସ୍ତରରୁ ଡାଟା ବେସ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି ।’ ତେବେ କୋଭିଡ ମୁକାବିଲା ପାଇଁ ଓଡିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
Prev Post