fbpx

ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ

ପୁରୀ,୧୯ ।୧୧(ଓଡିଶା ଭାସ୍କର): ପୁରୀ ବାସେଲିସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଲୋକନାଥ ରୋଡର ଅଭିଯୁକ୍ତ କେ ରମେଶଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ଥାନାକୁ ଆଣି ରମେଶଙ୍କୁ ପଚରାଉଚରା କରୁଥିଲା ପୋଲିସ । ପୋଲିସ ମାଡ ପରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ତାହା ହାଜତ ମୃତ୍ୟୁ କି ନାହିଁ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ । ଆଜି ପ୍ରେସମିଟରରେ ଏନେଇ ସୂଚନା ଦେବେ ପୁରୀ ଏସପି ।

Get real time updates directly on you device, subscribe now.