fbpx

ମୃତ୍ୟୁର କାରାଗାର: ମାସକ ମଧ୍ୟରେ ନେଲାଣି ୩ଟି ଜୀବନ

ମାଲକାନଗିରି, ୨୭ା୧୨ (ଓଡିଶା ଭାସ୍କର): କାରାଗାର ହେଉଛି ବନ୍ଦୀଙ୍କ ପାଇଁ ଅର୍ଥାତ ଏଠାରେ ବନ୍ଦୀମାନେ ସଜା କାଟିଥାନ୍ତି । କିନ୍ତୁ ଗୋଟିଏ ମାସ ମଧ୍ୟରେ ୩ ଜଣ କଏଦୀଙ୍କ ମୃତ୍ୟୁ ଘଟିବା ସହ ମାଲକାନଗିରି ଉପକାରାଗାର ପାଲଟିଛି ମୃତ୍ୟୁର ଗୃହ ।

ଡିସେମ୍ବର ମାସରେ ୩ ଜଣ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହେବା ପରେ କାରାଗାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଲାଣି । ଆଜି ଜଣେ କଏଦୀଙ୍କ ରକ୍ତ ଜୁଡ଼ୁବୁଡ଼ି ଶରୀର ଉଦ୍ଧାର କରାଯାଇଛି । ଶୌଚାଳୟରୁ ମୃତଦେହ ମିଳିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜେଲରେ କଏଦୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଡିସେମ୍ବର ୩ ଓ ୧୭ ତାରିଖରେ ଦୁଇଜଣ କଏଦୀଙ୍କ ମୃତଦେହ ମିଳିଥିଲା । ମାଲକାନଗିରି ଉପକାରାଗାରର ଶୋଚାଳୟରୁ କଏଦୀ ଦାନୁ ଗୋଲରିଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ଏପରି ଅନେକ ପ୍ରଶ୍ନ ସନ୍ଦେହ ଘେରରେ ରହିଯାଇଛି ।

Get real time updates directly on you device, subscribe now.