fbpx

ଜେଲରେ କଏଦୀଙ୍କୁ ମିଳିବ ବିରିୟାନୀ-ପଲଉ… ଖାଇବା ଆଇଟମରେ ହେଲା ପରିବର୍ତ୍ତନ, ମିଳିଲା ଦୁର୍ଗାପୂଜା ଭେଟି

ଓଡ଼ିଶା ଭାସ୍କର: ଏଣିକି କଏଦୀମାନେ ମଧ୍ୟ ଜେଲରେ ବିରିୟାନୀ ଖାଇପାରିବେ । ଏ ନେଇ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ଜେଲରେ ଥାଇ ମଧ୍ୟ ନବରାତ୍ରୀ ଉପଭୋଗ କରିପାରିବେ କଏଦୀ । ଶାରଦୀୟ ନବରାତ୍ରୀ ଉପଲକ୍ଷେ କଏଦୀମାନଙ୍କୁ ମଟନ୍ ବିରିୟାନୀ ସାଙ୍ଗକୁ ବାସନ୍ତୀ ପଲଉ ଏବଂ ଆହୁରି ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ଦିଆଯିବ । ନବରାତ୍ରୀ ପାଇଁ ଜେଲରେ ଥିବା କଏଦୀଙ୍କ ଖାଦ୍ୟ ମେନ୍ୟୁରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ଅକ୍ଟୋବର ୯ ତାରିଖରୁ ଏହି ଯୋଜନା ଲାଗୁ କରାଯିବ ।

ପଶ୍ଚିମବଙ୍ଗର ସୁଧାର ଗୃହ ଅଧିକାରୀ କହିଛନ୍ତି ଯେ, ଦୁର୍ଗାପୂଜା ଅବସରରେ କଏଦୀମାନଙ୍କୁ ମଟନ୍ ବିରିୟାନୀ ଏବଂ ବାସନ୍ତୀ ପଲଉ ସହ ଅନ୍ୟାନ୍ୟ ବଙ୍ଗାଳୀ ବ୍ୟଞ୍ଜନ ଖାଦ୍ୟ ପ୍ରଦାନ କରାଯିବ । ଶାରଦୀୟ ଦୁର୍ଗାପୂଜା (ଅକ୍ଟୋବର ୯ ତାରିଖରୁ ଅକ୍ଟୋବର ୧୨ ତାରିଖ) ପର୍ଯ୍ୟନ୍ତ କଏଦୀମାନେ ଜେଲରେ ବିରିୟାନୀ ପଲଉ ଆଦି ବ୍ୟଞ୍ଜନ ପାଇପାରିବେ । ଜେଲ ଭିତରେ ଥାଇ ସେମାନେ ନବରାତ୍ରୀ ତଥା ଦୁର୍ଗାପୂଜାର ଅନୁଭବ କରିପାରିବେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି । ପର୍ବପର୍ବାଣୀରେ କଏଦୀମାନଙ୍କୁ ଭଲ ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନ ଦେବା ପାଇଁ ଆଗାଷ ମିଳିଛି । ସେଥିପାଇଁ ଚଳିତବର୍ଷ ନୂଆ ମେନ୍ୟୁ ପ୍ରସ୍ତୁତ କରାଯାଇଛି ଏବଂ ଏହା କଏଦୀମାନଙ୍କ ମନରେ ଯିକି, ଖୁସି ଭରି ଦେବ ।

ଦୁର୍ଗାପୂଜା ପାଇଁ ପରିବର୍ତ୍ତନ ହୋଇଥିବା ଖାଦ୍ୟ ଆଇଟମରେ ଅନେକ ପ୍ରକାରର ବଙ୍ଗାଳୀ ବ୍ୟଞ୍ଜନ ସାମିଲ ରହିଛି । ‘ମାଛେର ମାଥା ଦିଏ ପୁଇ ଶାକ’, ମାଛେର ମାଥା ଦିଏ ଦାଲ’, ‘ଲୁଚି-ଛୋଲେର ଦାଲ’, ‘ପୟେଶ’, ‘ଚିକେନ୍ ତରକାରୀ’, ‘ଆଳୁ ପୋଟଲ ଚିଙ୍ଗରୀ’, ‘ରାୟତା’ ଇତ୍ୟାଦି ସହିତ ମଟନ୍ ବିରିୟାନୀ ଏବଂ ବାସନ୍ତୀ ପଲଉ କଏଦୀଙ୍କ ଖାଦ୍ୟରେ ସାମିଲ ହୋଇଛି । ପାର୍ବଣ ସମୟରେ ରୋଷେୟା ଭାବରେ ଥିବା କଏଦୀ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିବେ ।

ତେବେ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାଂସାହାରୀ ଭୋଜନ ପ୍ରଦାନ କରାଯିବ ନାହିଁ । କଏଦୀ ନିଜ ନିଜର ଖାଦ୍ୟ ଚୟନ କରିପାରିବେ । କଏଦୀମାନଙ୍କୁ ମଧ୍ୟ ସାମାନ୍ୟତା ଏବଂ ଉତ୍ସବର ଭାବନା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଅନେକ ବଙ୍ଗାଳୀ ଲୋକ ଦୁର୍ଗାପୂଜା ସମୟରେ ମାଛ-ମାଂସ ଇତ୍ୟାଦି ବେଶ୍ ଆବଶ୍ୟକ ବୋଲି ବିଶ୍ୱାସ କରନ୍ତି । ତେଣୁ ଜେଲରେ ମଧ୍ୟ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.