fbpx

ଜେଲରେ ଝୁଲିଲା କଏଦୀର ଶବ, ପ୍ରଶାସନ କହୁଛି ସୁଇସାଇଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଜେଲରେ ଜଣେ କଏଦୀ ଫାଶି ଲଗାଇ ଆତ୍ମହତ୍ୟା କରିବା କଥା ସାମ୍ନାକୁ ଆସିଛି । ଏହି କଏଦୀ ଜଣକ ୨୬ ବର୍ଷ ପର୍ଯ୍ୟନ୍ତ ଜେଲରେ ଅନ୍ତେବାସୀ ହୋଇ ରହୁଥିଲେ । କୁହାଯାଉଛି ଯେ, ସେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଜେଲ ପ୍ରଶାସନ ସୁଚନା ଅନୁଯାୟୀ, ୨୨ ମେ’ ରେ କଏଦୀ ଜାଭେଦଙ୍କୁ ଅତିରିକ୍ତ ସେସନ୍ସ ଜଜ୍-୨ (ଏଫଟିସି) ଦକ୍ଷିଣ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତାଙ୍କୁ ଡାକାୟତି ସମୟରେ ମାରାତ୍ମକ ଅସ୍ତ୍ର ବ୍ୟବହାର କରିବା ବ୍ୟତୀତ ଅନ୍ୟ ଦୁଇଟି ଧାରାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହାପରେ ତାଙ୍କୁ ସେଣ୍ଟ୍ରାଲ ଜେଲ ନମ୍ବର ୮/୯କୁ ଅଣାଯାଇଥିଲା । ଏଠାରେ ସେ ସଂଧ୍ୟା ୫ଟା ସମୟରେ କମନ ଟଏଲେଟ ଏରିଆରେ ଫାଶି ଲଗାଇ ମୃତ୍ୟୁ କରଣ କରିଥିଲେ ।

ଘଟଣାସ୍ଥଳରେ ପୋଲିସ ଶବ ଉଦ୍ଧାର କରି ଶବବ୍ୟବଚ୍ଛେଦ ପଠାଇଦେଇଛି । କଏଦୀଟିର ଆତ୍ମହତ୍ୟା କରିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହି ଘଟଣାଟି ଗତକାଲି ଘଟିଛି । ହରି ନଗର ଥାନାର ପୋଲିସ ଏହି ମାମଲାରେ ତଦନ୍ତ ଚଳାଇଛନ୍ତି । ଏହାର ନାୟିକ ମାଜିଷ୍ଟ୍ରେଟ ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି ।

Get real time updates directly on you device, subscribe now.