fbpx

Romance ପାଇଁ କଏଦୀଙ୍କୁ ଅନୁମତି: ଜେଲରେ ଶାରୀରିକ ସମ୍ବନ୍ଧ ପାଇଁ ମିଳିବ ୨ ଘଣ୍ଟା ସମୟ

ନୂଆଦିଲ୍ଲୀ: ଏଣିକି କଏଦୀମାନଙ୍କ ଯୌନ ଇଚ୍ଛାକୁ ମଧ୍ୟ ସମ୍ମାନ ଦେଉଛନ୍ତି ସରକାର । କଥାଟା ଆଶ୍ଚର୍ଯ୍ୟଜନକ ଏବଂ ଅଶୋଭନୀୟ ହେଲେ ବି ସତ । ଏବେ କଏଦୀମାନେ ବି ପାଇବେ ରୋମାନ୍ସ କରିବାର ସୁଯୋଗ । ଖୁବଶୀଘ୍ର ଭାରତରେ ଏପରି ଏକ ନିୟମ ଲାଗୁ ହେବାକୁ ଯାଉଛି । ଜେଲ ଚାରିକାନ୍ଥ ଭିତରେ ଜୀବନସାଥୀଙ୍କ ସହ ଶାରୀରିକ ସମ୍ବନ୍ଧ ରକିବା ପାଇଁ କଏଦୀଙ୍କୁ ୨ ଘଣ୍ଟା ସମୟ ଦିଆଯିବ । ତେବେ ପ୍ରଥମ ରାଜ୍ୟ ଭାବେ ଏହି ନିୟମ ଆଣିଛନ୍ତି ପଞ୍ଜାବ ସରକାର ।

ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି । କଏଦୀମାନଙ୍କ ପାଇଁ ୨ ମାସରେ ଦାମ୍ପତ୍ୟ ଜୀବନ ଉପଭୋଗ କରିବା ପାଇଁ ୨ ଘଣ୍ଟା ସମୟ ମିଳିବ । ତେବେ ଏଥିପାଇଁ ଏକ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିଛି ଜେଲ ବିଭାଗ । ତେବେ ଦୀର୍ଘ ଦିନ ହେଲା କଏଦୀମାନେ ଏହି ଯୋଜନାରେ ଲାଭ ପାଇପାରିବେ । ଏହି ବ୍ୟବସ୍ଥା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହିତ ଦାମ୍ପତ୍ୟ ଜୀବନକୁ ଆଗକୁ ନେଇ ପାରିବ ।

ଏହି ଯୋଜନାର ନିୟମ:

ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ଥିବା ରିପୋର୍ଟ ଦେଖାଇବେ। ଏଥିସହ କୋଭିଡ୍‌ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ।

Get real time updates directly on you device, subscribe now.