ପୂରଣ ହୋଇନି ଦାବି, କିନ୍ତୁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ଚାଲିବ ଘରୋଇ ବସ୍!

ରାୟଗଡା: ତିନି ଦିନ ହେବ ସାରା ରାଜ୍ୟରେ ଟ୍ରକ୍ ଓ ଘରୋଇ ବସ୍ ସେବା ଏକ ପ୍ରକାର ଠପ୍ ହୋଇଯାଇଛି। ଡ୍ରାଇଭରମାନଙ୍କ ଦାବି ସରକାର ପୂରଣ ନକରିବା ପର୍ଯ୍ୟନ୍ତ କୌଣସି ଡ୍ରାଇଭର୍ ଟ୍ରକ୍ କିମ୍ୱା ବସ୍ ଚଳାଇବେନି ବୋଲି ସରକାରଙ୍କୁ ଧମକ ଦେଇଛନ୍ତି।

ଆଉ ଏହାରି ଭିତରେ ଜୁଲାଇ ୧୧ ତାରିଖ ଅର୍ଥାତ୍ ଆସନ୍ତା କାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।  ରାହୁଲଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ରହିଛି କଂଗ୍ରେସ୍ କ୍ୟାମ୍ପ।

ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ସମ୍ୱିଧାନ ବଞ୍ଚାଅ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ।

ହେଲେ ଏହି କାର୍ଯ୍ୟକ୍ରମ ତ ଆୟୋଜନ କରାଯାଇଛି, କିନ୍ତୁ ବସ୍ ଚଲାଚଳ ବନ୍ଦ ଥିବାରୁ କଂଗ୍ରେସ କର୍ମୀଙ୍କ ଯାଆ ଆସରେ ବାଧା ଉପୁଜିବ।

ତେଣୁ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗୋଙ୍କ ଅନୁରୋଧ କ୍ରମେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ପାଇଁ ଓଡିଶା ଡ୍ରାଇଭର ମହାସଂଘ ବସ ଗୁଡିକୁ ଭୁବନେଶ୍ୱର ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଉ ସେହି ସବୁ ବସ୍ ଗୁଡ଼ିକ ହେଲା-OD18A7274, OD18K-3335, OD18L-1247, OD18D8649, OD18L-3335, AP39-UY-0455, OD18M-1517, OD18Q-2799, OD18K-4499, OD18H-6310, OR7D-9499 ଏବଂ OD18A-2349।