fbpx

ପ୍ରାଇଭେଟ୍ ସ୍କୁଲଗୁଡିକ ମନଇଛା ବଢାଇପାରିବେନି ଫି

ନୂଆଦିଲ୍ଲୀ,୧୭ ।୪: ଲକ୍-ଡାଉନ୍ ସମୟରେ ଅଭିଭାବକମାନଙ୍କଠାରୁ ଆସୁଥିବା ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଡିଆ ପ୍ରାଇଭେଟ୍ ବିଦ୍ୟାଳୟ ପାଇଁ କଡା ନିୟମ କରିଛନ୍ତି । ସେ ନିଜ ଟ୍ୱିଟରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ, ଚୁକ୍ତିଭିତ୍ତିକ ବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେବା ଘରୋଇ ବିଦ୍ୟାଳୟର ଦାୟିତ୍ୱ । ଏହି ନିର୍ଦ୍ଦେଶ ସବୁ ଘରୋଇ ବିଦ୍ୟାଳୟରେ ଲାଗୁ ହେବ ।

ମନୀଷ ନିଜର ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇ କହିଛନ୍ତି ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡିକ ସରକାରଙ୍କୁ ନପଚାରି ଫି ବୃଦ୍ଧି କରିପାରିବେ ନାହିଁ । ଏହା ବ୍ୟତିତ ସେମାନେ ପିଲାମାନଙ୍କଠାରୁ ଏକତ୍ର ୩ ମାସର ଫି ନେବେ ନାହିଁ । କେବଳ ଗୋଟିଏ ମାସର ଟ୍ୟୁସନ ଫି ବ୍ୟତିତ ସେମାନେ ଅନ୍ୟ କୌଣସି ଫି ଗ୍ରହଣ କରିବେ ନାହିଁ । ଯଦି ଛାତ୍ରଛାତ୍ରୀ ଫି ନ ଦିଅନ୍ତି, ତେବେ ସେମାନଙ୍କୁ ଅନଲାଇନ୍ କ୍ଲାସ୍ ନେବାକୁ ବାରଣ କରାଯିବ ନାହିଁ ।

Get real time updates directly on you device, subscribe now.