ପ୍ରିୟଙ୍କାଙ୍କ ଲେଉଟାଣି: ଏହି ଫିଲ୍ମ ପାଇଁ ଚାର୍ଜ କରିଛନ୍ତି ଏତେ କୋଟି ଟଙ୍କା, ଜାଣିଲେ ପାଦତଳୁ ଖସିଯିବ ମାଟି…

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ଅର୍ଥାତ୍ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ହିନ୍ଦୀ ଫିଲ୍ମରୁ ଦୂରରେ ଅଛନ୍ତି। ଏହି ଅଭିନେତ୍ରୀଙ୍କୁ ଶେଷଥର ପାଇଁ ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ “ଦି ସ୍କାଏ ଇଜ୍ ପିଙ୍କ”ରେ ଦେଖିବାକୁ ମିଳିଥିଲା। ଏବେ ସେ ୬ ବର୍ଷ ପରେ ବଲିଉଡ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରିୟଙ୍କା ନିକଟରେ ଏସଏସ ରାଜାମୌଲିଙ୍କ ଫିଲ୍ମ ସାଇନ୍ କରିଛନ୍ତି। ଏଥିପାଇଁ ସେ ମୋଟା ଅଙ୍କର ଫି’ ଚାର୍ଜ କରିଛନ୍ତି । ଯାହା ପରେ ସେ ଭାରତର ସବୁଠାରୁ ଅଧିକ ଫି’ ନେଉଥିବା ଅଭିନେତ୍ରୀରେ ଗଣାହୋଇଛନ୍ତି ।

ପ୍ରିୟଙ୍କା ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ SSMB29 ସାଇନ୍ କରିଛନ୍ତି। ଏହି ଫିଲ୍ମ ପାଇଁ ସେ ୩୦ କୋଟି ଟଙ୍କା ଫିସ୍ ନେଇଛନ୍ତି। ଏହି ଫିସ୍ ସହିତ ପ୍ରିୟଙ୍କା ଭାରତର ସର୍ବାଧିକ ଫି’ ନେଉଥିବା ଅଭିନେତ୍ରୀଙ୍କ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି।

SSMB29ର ଷ୍ଟାର କାଷ୍ଟ
ଏସଏସ ରାଜମୌଲିଙ୍କ ଫିଲ୍ମ SSMB29 ଏକ ଆକ୍ସନ-ଆଡଭେଞ୍ଚର ଫିଲ୍ମ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ନଜର ଆସିବେ। ଏହା ବ୍ୟତୀତ ଏହି ଫିଲ୍ମରେ ଜନ୍ ଆବ୍ରାହମ ମଧ୍ୟ ନଜର ଆସିବେ। ରାଜାମୌଲିଙ୍କ ଫିଲ୍ମରେ ଜନ୍ ଆବ୍ରାହମ ପୃଥ୍ୱୀରାଜ ସୁକୁମାରନଙ୍କ ସ୍ଥାନ ନେଇଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଜନ୍ ଏବଂ ପ୍ରିୟଙ୍କା ୧୭ ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ। ଏହା ପୂର୍ବରୁ ଦୁହେଁ ୨୦୦୮ରେ ଆସିଥିବା ଫିଲ୍ମ “ଦୋସ୍ତାନା”ରେ ଏକାଠି ନଜର ଆସିଥିଲେ।

ସର୍ବାଧିକ ଫି’ ପାଇଥିବା ଶ୍ରେଷ୍ଠ  ୫ ଭାରତୀୟ ଅଭିନେତ୍ରୀ
ଆପଣଙ୍କୁ କହି ରଖୁଛୁ ଯେ, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଦୀପିକା ପାଦୁକୋନ ସବୁଠାରୁ ଅଧିକ ଦରମା ପାଉଥିବା ଅଭିନେତ୍ରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦୀପିକା ତାଙ୍କ ଫିଲ୍ମ ପାଇଁ ୧୫-୩୦ କୋଟି ଟଙ୍କା ନିଅନ୍ତି। ତୃତୀୟ ସ୍ଥାନରେ କଙ୍ଗନା ରାଣାୱତ ଅଛନ୍ତି, ଯାହାଙ୍କ ଫିସ୍ ୧୫ ରୁ ୨୭ କୋଟି ଟଙ୍କା। ଏହି ତାଲିକାରେ କ୍ୟାଟ୍ରିନା କୈଫ୍ ୧୫ରୁ ୨୫ କୋଟି ଟଙ୍କା ସହିତ ଚତୁର୍ଥ ସ୍ଥାନରେ ଅଛନ୍ତି ଏବଂ ଆଲିଆ ଭଟ୍ଟ ୧୦ ରୁ ୨୦ କୋଟି ଟଙ୍କା ନେଇ ପଞ୍ଚମ ସ୍ଥାନରେ ଅଛନ୍ତି।