fbpx

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ସମେତ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଏବଂ ଅତ୍ୟାଚାରକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରିୟଙ୍କା ଗାନ୍ଧୀ ସୋମବାର ଦିନ ସୋସିଆଲ ମିଡିଆ ପ୍ଲାଟପର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ପଡୋଶୀ ଦେଶ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଲଗାତାର ଆକ୍ରମଣ ଖବର ବିଚଳିତର ବିଷୟ ଅଟେ।

ସେ କହିଛନ୍ତି ଯେ, କୌଣସି ବି ସଭ୍ୟ ସମାଜରେ ଧର୍ମ, ଜାତି, ଭାଷା ବା ପରିଚୟ ଆଧାରରେ ଭେଦଭାବ, ହିଂସା ଏବଂ ଆକ୍ରମଣ ଅସ୍ୱୀକାର୍ଯ୍ୟ ଅଟେ। କଂଗ୍ରେସ ମହାସଚିବ କହିଛନ୍ତି ଯେ, ଆମର ବିଶ୍ୱାସ ରହିଛି ଯେ, ବାଂଲାଦେଶରେ ଖୁବଶୀଘ୍ର ସମସ୍ୟା ଠିକ ହେବ ଏବଂ ସେଠାକାର ନବନିର୍ବାଚିତ ସରକାର ହିନ୍ଦୁ, ଇସାଇ ଏବଂ ବୌଦ୍ଧ ଧର୍ମର ଲୋକଙ୍କ ପାଇଁ ସୁରକ୍ଷା ଏବଂ ସମ୍ମାନ ନିଶ୍ଚିତ କରିବେ।

Get real time updates directly on you device, subscribe now.