fbpx

ବଢିଲା ପ୍ରିୟଙ୍କା ଗାନ୍ଧୀଙ୍କ ସମସ୍ୟା, ଇଡିର ଚାର୍ଜସିଟ୍‌ରେ ଆସିଲା ନାଁ

Advertisement

ନୂଆଦିଲ୍ଲୀ:କଂଗ୍ରେସ ପାର୍ଟିର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମସ୍ୟା ବଢୁଥିବାର ଦେଖାଯାଇଛି । ଯାଞ୍ଚ ଏଜେନ୍ସୀ ପ୍ରିୟଙ୍କାଙ୍କ ବିରୁଦ୍ଧରେ ହରିୟାଣାର ଫରିଦାବାଦରେ ଏକ ଜମି କ୍ରୟ ମାମଲାର ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାମ ସାମିଲ କରିଛି । ଏହି ଚାର୍ଜସିଟ୍‌ରେ ତାଙ୍କ ସହ ତାଙ୍କ ପତି ରୋବର୍ଟ ଭଦ୍ରାଙ୍କ ନାମ ମଧ୍ୟ ସାମିଲ କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ରବର୍ଟ ଭଦ୍ରା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀରେ ରହୁଥିବା ରିଅଲ ଇଷ୍ଟେଟ୍ ଏଜେଣ୍ଟ ଜରିଆରେ ହରିୟାଣାରେ ଜମି କିଣିଥିଲେ । ଏହି ଏଜେଣ୍ଟ ଏନ୍‌ଆରଆଇ ବିଜନେସ୍‌ମ୍ୟାନ୍ ସିସି ଥମ୍ପୀଙ୍କୁ ମଧ୍ୟ ଜମି ବିକ୍ରୀ କରିଥିଲେ । ଇଡିର କହିବା କଥା ଭଦ୍ରା ଓ ଥମ୍ପୀଙ୍କ ମଧ୍ୟରେ ସଂପର୍କ ବହୁତ ଦିନର ଓ ଉଭୟ ଏକାପ୍ରକାର ବିଜନେସ୍ କରିବା ସହିତ ଅନ୍ୟାନ୍ୟ ବହୁ କାମ ବି ମିଳିମିଶି କରୁଛନ୍ତି । ଏହା ଏକ ବଡ ମାମଲା ଯାହା ବିଦେଶ ପଳାୟନ କରିଥିବା ଅସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ସହ ମଧ୍ୟ ସମ୍ବନ୍ଧିତ ବୋଲି ଇଡି ଅଭିଯୋଗ ଆଣିଛି ।

Get real time updates directly on you device, subscribe now.