fbpx

ୟୁପି ଗେଷ୍ଟ୍ ହାଉସରେ ଝାଡ଼ୁ ମାରିଲେ ପ୍ରିୟଙ୍କା, ଭାଇରାଲ୍ ହେଉଛି ଭିଡିଓ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ରବିବାର ଦିନ ହୋଇଥିବା ହିଂସାକାଣ୍ଡକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସୀତାପୁରରେ ପୋଲିସ୍ ଅଟକ ରଖିଛି । ଏହା ଭିତରେ ପ୍ରିୟଙ୍କା ଗାନ୍ଧିଙ୍କୁ ରଖାଯାଇଥିବା ଗେଷ୍ଟ୍ ହାଉସ୍ ର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କଂଗ୍ରେସ ମହାସଚିବ ଝାଡ଼ୁ କରୁଥିବା ନଜର ଆସିଛନ୍ତି । ଆଜି ମୃତ ଚାଷୀଙ୍କ ପରିବାର କୁ ଭେଟିବାକୁ ପ୍ରିୟଙ୍କା ଲଖିମପୁରର ଖିରୀ ଅଞ୍ଚଳକୁ ଯିବା ବେଳେ ପୋଲିସ୍ ତାଙ୍କୁ ଯିବା ଦେଇନଥିଲା । ଓଲଟି ତାଙ୍କୁ ଅଟକ ରଖିଥିଲା । ବର୍ତ୍ତମାନ ପ୍ରିୟଙ୍କା ଓ ଅଖିଳେଖ ଯାଦବ, ଉଭୟଙ୍କୁ ହେପାଜତରେ ରଖାଯାଇଛି ।

ସୂଚନା ଯୋଗ୍ୟ, ଲଖିମପୁର ହିଂସାକାଣ୍ଡରେ ସୋମବାର ଦିନ ସକାଳେ ପ୍ରିୟଙ୍କା ଏବଂ ଅନ୍ୟ କଂଗ୍ରେସ ନେତା ମାନେ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିବା ସମୟରେ ପୋଲିସ୍ ସେମାନଙ୍କୁ ଅଟକାଇଥିଲା । ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଏଫଆଇଆର୍ ଦିଆଯାଇଛି । ରବିବାର ଦିନ ଲକ୍ଷ୍ମୀପୁରର ଖିରୀ ଠାରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦଙ୍କୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା । ହେଲେ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ହିଁ ଅଘଟଣ ଘଟିଥିଲା ।

୮ ଜଣଙ୍କ ଉପରେ ଗାଡ଼ି ମାଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୪ ଜଣ ଚାଷୀ ରହିଛନ୍ତି । ଘଟଣା ପରେ ତୁରନ୍ତ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଏହାକୁ ନେଇ ଏବେ ଆନ୍ଦୋଳନ ତୀବ୍ର ରୂପ ନେଇଛି । ଆନ୍ଦୋଳନକାରୀ ମାନେ ଦାବି କରିଛନ୍ତି ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୁକ୍ତ ମାନେ ଧରା ନପଡ଼ିବା ପର୍ଯ୍ୟନ୍ତ ମୃତକଙ୍କ ଶବ ସତ୍କାର କରାଯିବ ନାହିଁ । ଏହି ମାମଲାରେ ମନ୍ତ୍ରୀ ପୁଅ ସମେତ ୧୪ ଜଣଙ୍କ ନାମରେ ହତ୍ୟା, ଅପରାଧିକ ଯୋଜନା କରିବା ସହିତ ଅନ୍ୟ ଧାରାରେ ଏଫଆଇଆର୍ ଦିଆଯାଇଛି ।

 

Get real time updates directly on you device, subscribe now.