ଆଇସିସିର ଐତିହାସିକ ନିଷ୍ପତି, ମହିଳା ବିଶ୍ୱକପ୍‌ରେ ହେବ ଡଲାର ବର୍ଷା, ବଢ଼ିଲା ପୁରସ୍କାର ରାଶି…

୨୦୨୩ ତୁଳନାରେ ପ୍ରାଇଜ ଟଙ୍କା ବହୁତ ଅଧିକ

ନୂଆଦିଲ୍ଲୀ: ୩୦ ସେପ୍ଟେମ୍ବରରୁ ଭାରତରେ ମହିଳା ୱାନ୍‌ଡେ ବିଶ୍ୱକପର ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ପୁରସ୍କାର ରାଶିର ଘୋଷଣା ମଧ୍ୟ କରିଛି। ୱାଲ୍ଡ କପ୍ ଜିତିବା ଟିମ ଉପରେ ଏଥର ଟଙ୍କାର ବର୍ଷା ହେବ।

ଆଇସିସି ୱାଲ୍ଡ କପ୍ ଜିତିଥିବା ଟିମ୍ ପାଇଁ ୪.୪୮ ମିଲିୟନ ଡଲାର( ୩୯,୪କୋଟି) ପୁରସ୍କାର ଟଙ୍କାର ଘୋଷଣା କରିଛନ୍ତି। ଯାହା ୨୦୨୨ ଖେଳୁଥିବା ଖେଳାଳିଙ୍କ ୱାନଡେ ବିଶ୍ୱକପ୍ ତୁଳନାରେ ୪ ଗୁଣ ଅଧିକ। ୨୦୨୨ରେ ଅଷ୍ଟ୍ରେଲିଆ ମହିଳା ବିଶ୍ୱକପ୍ ଟାଇଟେଲ ଅଷ୍ଟ୍ରେଲିଆ ଜିତିଥିଲା।

୨୦୨୩ ତୁଳନାରେ ପ୍ରାଇଜ ଟଙ୍କା ବହୁତ ଅଧିକ
୮ଟି ଦଳର ଏହି ଟୁଣ୍ଣାମେଣ୍ଟର ମୋଟ ପୁରସ୍କାର ରାଶି ରହିଛି ୧୩.୮୮ ମିଲିୟନ ଡଲାର। ଯାହା ୨୦୨୨ ମସିହାରେ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ଶେଷ ମହିଳା ବିଶ୍ୱକପ୍ ରାଶି ତୁଳନାରେ ବହୁତ ମାତ୍ରାରେ ଅଧିକ। ଶେଷ ମହିଳା ବିଶ୍ୱକପର ୩.୫ ମିଲିୟନ ଡଲାର ତୁଳନାରେ ୨୯୭ ପ୍ରତିଶତ ଅଧିକ ହୋଇଥିବା କହିଛି ଆଇସିସି।

ଏହି ମହିଳା ବିଶ୍ୱକପର ମୋଟ ପୁରସ୍କାର ରାଶି ଆଇସିସି ପୁରୁଷ ବିଶ୍ୱକପ୍ ୨୦୨୩ର ପୁରସ୍କାର ରାଶିଠାରୁ ମଧ୍ୟ ଅଧିକ ଥିବା କୁହାଯାଇଛି। ୨୦୨୩ ଦିନିକିଆ ବିଶ୍ୱକପର ମୋଟ ପୁରସ୍କାର ରାଶି ୧୦ ମିଲିୟନ ଡଲାର ଥିଲାେ।

ଏହି ମହିଳା ବିଶ୍ୱକପର ମୋଟ ପୁରସ୍କାର ରାଶି ଆଇସିସି ପୁରୁଷ ବିଶ୍ୱକପ ୨୦୨୩ର ପୁରସ୍କାର ରାଶିଠାରୁ ମଧ୍ୟ ଅଧିକ। ଆପଣଙ୍କୁ ଜଣାଇ ଦେଉଛୁ ଯେ ୨୦୨୩ ଦିନିକିଆ ବିଶ୍ୱକପର ମୋଟ ପୁରସ୍କାର ରାଶି ୧୦ ମିଲିୟନ ଡଲାର ଥିଲା।

ରନର ଅପ୍ ଏବଂ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଟିମ୍ ମିଳିବ କେତେ କୋଟି

ରନର୍ସ ଅପ୍ ଦଳକୁ ମିଳିବ ୨.୨୪ ମିଲିୟନ ଡଲାର। ଉଭୟ ପରାଜିତ ସେମିଫାଇନାଲିଷ୍ଟ ଦଳକୁ ମିଳିବ ୧.୧୨ ମିଲିୟନ ଡଲାର। ଗ୍ରୁପ୍‌- ଷ୍ଟେଜରେ ପ୍ରତ୍ୟେକ ମ୍ୟାଚ୍ ଜିତିଥିବା ଦଳଗୁଡ଼ିକୁ ୩୪,୩୧୪ ଡଲାର ମିଳିବ।

ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ଥିବା ଦଳଗୁଡ଼ିକୁ ୭୦୦,୦୦୦ ଡଲାର ମିଳିବ। ସପ୍ତମ ଏବଂ ଅଷ୍ଟମ ସ୍ଥାନରେ ଥିବା ଦଳଗୁଡ଼ିକୁ ୨୮୦, ୦୦୦ ଡଲାର ମିଳିବ। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଦଳକୁ ୨୫୦,୦୦୦ ଡଲାର ମିଳିବ।

ପୁରସ୍କାର ଟଙ୍କା ଘୋଷଣା ସମୟରେ ଆଇସିସି ଚେୟାରମ୍ୟାନ୍ କହିଛନ୍ତି ଏହି ଘୋଷଣା ମହିଳା କ୍ରିକେଟ୍ ଯାତ୍ରାର ଏକ ବଡ଼ ମାଇଲଷ୍ଟୋନ ହେବ। ପୁରସ୍କାର ରାଶି ୪ ଗୁଣା ବୃଦ୍ଧି କ୍ରିକେଟର ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା।