fbpx

ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି: ଚୀନକୁ ୭-୧ ଗୋଲ୍‌ରେ ହରାଇଲା ଭାରତ

Advertisement

ମସ୍କଟ (ଓମାନ୍‌) : ଭାରତୀୟ ମହିଳା ହକିଦଳ ସୋମବାର ଦିନ ଏଠାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିର ପ୍ରଥମ ମ୍ୟାଚ୍‌ରେ ଚୀନକୁ ୭-୧ ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ସୁଶିଲା ଚାନୁ ସର୍ବାଧିକ ୨ଗୋଲ କରିଥିବା ବେଳେ କାତାରିଆ, ଶର୍ମିଳା ଦେବୀ, ଗୁରଜିତ କୌର, ସୁନୀତା କୌର ଓ ନେହା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲସ୍କୋର କରିଥିଲେ । ଭାରତୀୟ ଦଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ ସହ ପୂର୍ଣ୍ଣ ସମୟ ଧରି ଆଧିତ୍ୟ ଜାହିର କରିଥିବା ବେଳେ ଚୀନ ଦଳ ଏହାର ଜାବବ ଦେଇପାରିନଥିଲା । ଏହି ଡବଲ ଲେଗ ମୁକାବିଲାର ପରବର୍ତ୍ତୀ ମ୍ୟାଚ୍‌ରେ ପୁଣି ଚୀନ ସହ ମୁକାବିଲା କରିବ ଭାରତୀୟ ମହିଳା ଦଳ ।

Get real time updates directly on you device, subscribe now.