fbpx

ବଢ଼ିଲା ପ୍ରଦୀପଙ୍କ ସମସ୍ୟା: ଦାୟର ହେଲା ଆଉ ଏକ ମାମଲା

ଭୁବନେଶ୍ୱର, ୧୭ା୧ (ଓଡିଶା ଭାସ୍କର): ବେଆଇନ ଅର୍ଥ ଠୁଳ ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପିଛା ଛାଡ଼ୁନାହିଁ ବିବାଦ । ପ୍ରଦୀପଙ୍କ ନାମରେ ଆଉ ଏକ ମାମଲା ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, ଟାଟା ମୋର୍ଟସରେ ନିଯୁକ୍ତି ଦେବାକୁ କହି ଟଙ୍କା ଠକିଥିବା ଅଭିଯୋଗ ତାଙ୍କ ନାମରେ ହୋଇଛି । ପୂର୍ବରୁ ପ୍ରଦୀପଙ୍କ ନାମରେ ଗୋଳନ୍ଥରା ଥାନାରେ ଅଭିଯୋଗ କରହିଥିବା ବେଳେ ଏହା ହେଉଛି ତାଙ୍କ ବିରୋଧରେ ତୃତୀୟ ମାମଲା । କେରୁଆପଲ୍ଲୀର ପ୍ରଭାତ ନାୟକଙ୍କ ଅଭିଯୋଗକୁ ଭିତ୍ତିକରି ଏହି ମାମଲା ଦାୟର କରାଯାଇଛି । ପ୍ରଭାତ ତାଙ୍କ ଭାଇଙ୍କ ଚାକିରି ପାଇଁ ପ୍ରଦୀପଙ୍କୁ ୩ ଲକ୍ଷ ଟଙ୍କା ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.