fbpx

ଝିଅକୁ ସ୍ମାର୍ଟଫୋନ୍ ଦେବା ଖୁସିରେ ଆତ୍ମହରା ହୋଇପଡ଼ିଲେ ବାପା, ପ୍ରୋସେସନ କରି ପହଞ୍ଚିଲେ ଘରେ; ଦେଖନ୍ତୁ ଭିଡିଓ…

ଗୋଟିଏ ସ୍ମାର୍ଟ ଫୋନ କିଣି ଆପଣ କେତେ ଖୁସି ହୋଇଥାନ୍ତି? ହୁଏତ ଆପଣ କିଛି ସମୟ ଖୁସି ହୋଇପାରନ୍ତି । ଖୁସିରେ ଆପଣଙ୍କ ବନ୍ଧୁଙ୍କୁ ଚକଲେଟ ଦେଇଥାନ୍ତି । କିନ୍ତୁ କେବେ ଏକ ସ୍ମାର୍ଟ ଫୋନ କିଣିବା ପରେ ଖୁସିରେ ପ୍ରୋସେସନ କରିବା କଥା ଶୁଣିଛନ୍ତି କି? ହଁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ଯେଉଁଠାରେ ଜଣେ ଚା ବିକାଳି ତାଙ୍କର ଏହି ପ୍ରଥମ ସ୍ମାର୍ଟଫୋନ କିଣିବା ଖୁସିରେ ଏଭଳି ପ୍ରୋସେସନର ଆୟୋଜନ କରିଛନ୍ତି ।

ଘଟଣାଟି କିଛି ଏପରି ଯେ, ଦୋକାନୀଙ୍କ ଝିଅ ଏକ ସ୍ମାର୍ଟଫୋନ ପାଇଁ ଅନୁରୋଧ କରିଆସୁଥିଲା । ଆଉ ଶେଷରେ ବାପା ଝିଅର କଥା ରଖି ଏହି ମୋବାଇଲଟି କିଣିଥିଲେ ଯାହାକୁ ଦେଖି ଖୁସିହୋଇଯାଇଥିଲେ ବାପା । ସେ ଏହି ଖୁସିରେ ଝିଅ ହାତରେ ମୋବାଇଲ ଧରାଇ ତାକୁ ସୁସଜ୍ଜିତ ଘୋଡ଼ା ଗାଡ଼ିରେ ବସାଇ ଆରମ୍ଭ କରିଥିଲେ ପ୍ରୋସେସନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.