fbpx

ଦ୍ରାବିଡ ଜଣେ ଡରୁଆ ଅଧିନାୟକ: ପୂର୍ବତନ ଅଧିନାୟକଙ୍କ କୋଚ୍ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର କୋଚ ରହିଥିବା ତଥା ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ କ୍ରିକେଟର ଭଦ୍ର ଖେଳାଳି ଭାବରେ ବିବେଚନା କରାଯାଏ । ତେବେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଜଣେ ଡରୁଆ କ୍ୟାପଟେନ ବୋଲି ସମ୍ବୋଧନ କରିଛନ୍ତି । ବିରାଟ କୋହଲିଙ୍କ ପିଲାଦିନର କୋଚ୍ ରାଜ କୁମାର ଶର୍ମା ଏଭଳି ବୟାନ ଦେଇଛନ୍ତି । ନିଜର ୟୁଟ୍ୟୁବ ଚ୍ୟାନେଲରେ ରାଜ କୁମାର ଏମିତି ବୟାନ ଦେଇଥିବା ବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ଦ୍ରାବିଡଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୧୫ଟି ମ୍ୟାଚ ଚେଜ କରି ଜିତିଥିଲା ।

ବିଦେଶ ଗସ୍ତ ସମୟରେ ରାହୁଲଙ୍କ ଅଧିନାୟକତ୍ୱ ଶୈଳୀ ଉପରେ ରାଜକୁମାର ପ୍ରଶ୍ନ ଉଠାଇଛନ୍ତି । ରାହୁଲ ମ୍ୟାଚ ଜିତିବା ପରିବର୍ତ୍ତେ ସିରିଜ୍ ନ ହାରିବା ଉପରେ ଅଧିକ ଧ୍ୟାନ ଦେଉଥିଲେ । ନିଜର ୟୁଟ୍ୟୁବ ଚ୍ୟାନେଲ ଖେଳନୀତିରେ ଆଲୋଚନା ସମୟରେ ଦ୍ରାବିଡଙ୍କୁ ସମାଲୋଚନା କରିବା ସହିତ ବିରାଟ କୋହଲଙ୍କୁ ପ୍ରଶଂସା କରିଥିଲେ । କୋହଲି ସର୍ବଦା ଜିତିବାକୁ ଚାହାଁନ୍ତି ତେଣୁ ସେ ବିଦେଶ ମାଟିରେ ବି ୫ ବୋଲରଙ୍କ ସହିତ ପଡିଆକୁ ଓହ୍ଲାଇଥାନ୍ତି ମାତ୍ର ଦ୍ରାବିଡ ସର୍ବଦା ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ ସହିତ ପଡିଆକୁ ଓହ୍ଲାଇଥାନ୍ତି । ତେବେ କୋଚ ହିସାବରେ ଦ୍ରାବିଡଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ରହିଛି । ତେବେ ଅଧିନାୟକ ଭାବରେ ଗ୍ରେଗ ଚାପେଲଙ୍କୁ ଦେଖିଥିବା ଦ୍ରାବିଡ ଜଣେ ଭଲ କୋଚ ବୋଲି କହିଛନ୍ତି ରାଜ କୁମାର ଶର୍ମା । କୋଚ ଭାବରେ ଦ୍ରାବିଡ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କୋହଲିଙ୍କୁ ସୀମିତ ଓଭର ଅଧିନାୟକ ପଦରୁ କଢାଯିବାକୁ ନେଇ ରାଜ କୁମାର ଏଭଳି ପ୍ରତିକ୍ରିୟା ଦେଉଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.