(Viral Video) ବାପରେ … ପ୍ରଫେସରଙ୍କ ଏ କି ଅବତାର! ସାରଙ୍କ ଆଗରେ ରମ୍ଭା, ଉର୍ବଶୀ ସବୁ Fail…
ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଫେସରଙ୍କ ଡାନ୍ସ ମାଷ୍ଟର ବୋଲି ସମ୍ବୋଧନ କରିଛନ୍ତି ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏକ ରୋଚକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ପ୍ରଫେସନାଲ ଡ୍ୟାନ୍ସରଙ୍କ ପରି ନାଚୁ ଥିବାର ଦେଖିବାକୁ ମିଳିଛି ।
ଖବର ମୁତାବକ ବେଙ୍ଗାଲୁରୁସ୍ଥିତ ଗ୍ଲୋବାଲ ଏକାଡେମି ଅଫ୍ ଟେକନୋଲୋଜି କଲେଜର ଏ ଭିଡିଓ । ଗଣେଶପ ପୂଜା ଅବସରରେ କଲେଜରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଫେସରଙ୍କ ନାଚର ଭିଡିଓ ଏବେ ସୋସିଆଲ ମିଡିଆରେ ଖେଳିଯାଇଛି ।
ଭିଡିଓରେ ନାଚୁ ଥିବା ଯୁବକ ହେଲେ ପ୍ରଫେସର ପୁଷ୍ପା ରାଜ୍ । ବଲିଉଡ ଗୀତରେ ପ୍ରଫେସରଙ୍କ ନାଚ ପିଲାଙ୍କୁ ମତୱାଲା କରିଥିବାବେଳେ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଭିଡିଓଟି ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବାବେଳେ ଅନେକ ସାରଙ୍କ ନାଚକୁ ପସନ୍ଦ କରିଛନ୍ତି । କିଛି ଜଣ ପ୍ରଫେସରଙ୍କ ଡାନ୍ସ ମାଷ୍ଟର ବୋଲି ସମ୍ବୋଧନ କରିଛନ୍ତି ।
କିଛିଜଣ ପ୍ରଫେସର ରାଜଙ୍କୁ ମାଇକେଲ ଜ୍ୟାକ୍ସନଙ୍କ ସହ ତୁଳନା କରିଛନ୍ତି । ସୋସିଆଲ ମିଡିଆରେ ଭିଡିଓକୁ ଲୋକେ ପସନ୍ଦ କରିବା ସହ ବହୁଳ ମାତ୍ରାରେ ଶେୟାର କରୁଥିବା ଦେଖିବାକୁ ମିଳିଛି ।
View this post on Instagram