fbpx

ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ: ନବୀନ

Advertisement

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତି ବିରୋଧୀ ଲଢେଇ ପାଇଁ ଆହ୍ୱାନ ଦେଇଛନ୍ତି ।ସାମାଜିକ ନ୍ୟାୟ, ମହିଳା ସଶକ୍ତିକରଣକୁ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ । ଆମ ସରକାର ଦୁର୍ନୀତି ବିରୋଧରେ ଲଢ଼େଇ କରିଆସିଛି । ସ୍ବଚ୍ଛତା ଅବଲମ୍ବନ ସହ ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ହେବ । ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରୁଛି । ଦୁର୍ନୀତି ବିରୋଧରେ ଲଢ଼େଇ ଆହୁରି ଜୋରଦାର ହେବ । ଗରିବୀ, ରୋଗ, ଆଞ୍ଚଳିକ ବୈଷମ୍ୟ ବିରୋଧରେ ଆମର ଲଢ଼େଇ ଜାରି ରହିଛି । ସ୍ବଚ୍ଛତାକୁ ଗୁରୁତ୍ବ ନଦେଲେ ଏସବୁ ମୁଲ୍ୟହୀନ ହୋଇଯିବ। ଦୁର୍ନୀତିଖୋରଙ୍କ ସମ୍ପତ୍ତି ବାଜ୍ୟାପ୍ତିରେ ଆମ ରାଜ୍ୟ ସବୁଠୁ ଆଗରେ। ଓଡ଼ିଶାବାସୀଙ୍କ ହସ ଓ ବିଶ୍ବାସ ବିଜୁ ଜନତା ଦଳର ପୁଞ୍ଜି ।’

ସେ କହିଛନ୍ତି ଯେ ଦୁର୍ନୀତି ବିରୋଧୀ ଲଢେଇରେ ରାଜ୍ୟ ସାରା ଦେଶରେ ଆଗୁଆ ରହିଆସିଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି । ଏହି ଦୁର୍ନୀତି ବିରୋଧୀ ଲଢେଇକୁ ଆଗକୁ ନେବାକୁ ସେ କେତେକ ପ୍ରସ୍ତାବ ବିଜେଡ଼ି ରାଜ୍ୟ ପରିଷଦ ଆଗରେ ରଖିଛନ୍ତି । ଏହି ପ୍ରସ୍ତାବ ଅନୁସାରେ ସରପଞ୍ଚଙ୍କଠାରୁ ମନ୍ତ୍ରୀ ଯାଏ ଓ ସରକାରୀ କର୍ମଚାରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ଯାଏ ସମସ୍ତେ ପ୍ରତି ବର୍ଷ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବେ ସମ୍ପତ୍ତି ତାଲିକା ।

Get real time updates directly on you device, subscribe now.