fbpx

୨୫ ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ: ରାଜ୍ୟ ନିର୍ବାଚନ କମିଶନ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଥିଲା । ମୋଟ ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ ବୁଥରେ ରି-ପୋଲ ପାଇଁ ପ୍ରସ୍ତାବ ଦିଆଯାଇଛି ।

ସେହିପରି ପୁରୀ ଓ ଭଦ୍ରକରେ ୫ ଲେଖାଏଁ, ଢେଙ୍କାନାଳରେ ୪ ବୁଥରେ ରି-ପୋଲ୍ ପ୍ରସ୍ତାବ ଦିଆଯାଇଛି । ଏନେଇ ଜିଲ୍ଲାପାଳମାନଙ୍କଠାରୁ ନିର୍ବାଚନ କମିଶନରଙ୍କ ପାଖକୁ ପ୍ରସ୍ତାବ ଆସିଛି । ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ନିଷ୍ପତ୍ତି ନେବେ । ପୁନଃ ମତଦାନ ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.