fbpx

ଗ୍ରାହକଙ୍କୁ ଗେଷ୍ଟ୍ ହାଉସ୍ ଡକାଇ କରୁଥିଲେ ରାସଲୀଳା; ହ୍ୱାଟ୍ସଆପରେ ହେଉଥିବା ଡିଲ୍, ଏମିତି ଧରିଲା ପୋଲିସ

Advertisement

ନୋଏଡା: ନୋଏଡାର ଏକ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି ଗୌତମ ବୁଦ୍ଧ ପୋଲିସ । ପୋଲିସର କହିବା ମୁତାବକ, ଗ୍ରାହକମାନଙ୍କୁ ଗେଷ୍ଟ ହାଉସ୍ ଡକାଇ ରାସଲୀଳା ଚଳାଇଥିଲେ ଅଭିଯୁକ୍ତ । ଏହାପୂର୍ବରୁ ହ୍ୱାଟ୍ସଆପରେ ଫଟୋ ପଠାଇ ଡିଲ୍ କରାଯାଉଥିଲା । ଏହି ମାମଲରେ ୩ ଯୁବତୀ ଓ ଅନ୍ୟ ୩ ଅଭିଯୁକ୍ତଙ୍କୁ କରାଯାଇଛିି । ଏହି ସେକ୍ସ ରାକେଟ ସେକ୍ଟର-୪୯ ଅଞ୍ଚଳରେ ଚାଲିଥିଲା । ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୋଲିସ ତାର ସନ୍ଧାନରେ ଲାଗିଛି ।

ନୋଏଡା ପୋଲିସ ଇନ୍ସପେକ୍ଟର ଦେବେନ୍ଦ୍ର ଯାଦବ କହିଛନ୍ତି ଯେ, ଗେଷ୍ଟ ହାଉସରେ ଚାଲିଥିବା ସେକ୍ସ ରାକେଟ୍ ବିଷୟରେ ଅନେକ ଦିନ ଧରି ସୂଚନା ମିଳିଥିଲା । ସେକ୍ଟର -୪୯ ପୋଲିସ ଷ୍ଟେସନ ପରିସରରେ ଅବସ୍ଥିତ କ୍ରାଉନ୍ ଷ୍ଟେ ଗେଷ୍ଟ ହାଉସରେ ପୋଲିସ୍ ଟିମ୍ ଚଢ଼ାଉ କରିଥିଲା ।

ପୋଲିସ ଟିମ୍ ଘଟଣାସ୍ଥଳରୁ ତିନି ଅଭିଯୁକ୍ତଙ୍କ ସହିତ ୩ ଯୁବତୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଅନୁରାଗ, ଦାନଭେନ୍ଦ୍ର ଓ ଶୈଲେନ୍ଦ୍ର ଯାଦବ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ତିନୋଟି ମୋବାଇଲ୍ ଫୋନ୍ ଓ ୩୫୦୦ ଟଙ୍କା ଜବତ କରାଯାଇଛି । ସେ କହିଛନ୍ତି ଯେ ସେକ୍ଟର -୪୯ ପୋଲିସ ଷ୍ଟେସନରେ ସମ୍ପୃକ୍ତ ବିଭାଗ ଅଧୀନରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ଟିମ୍ ଗିରଫ ହୋଇଥିବା ଝିଅମାନଙ୍କୁ ମଧ୍ୟ ପଚରାଉଚରା କରୁଛି । ପୋଲିସ ପଳାତକ ଅଭିଯୁକ୍ତ ସେକ୍ଟର -୫୧ ବାସିନ୍ଦା ଅର୍ଜୁନଙ୍କୁ ଖୋଜୁଛି । ପଚରାଉଚରା ବେଳେ ଗିରଫ ଅଭିଯୁକ୍ତମାନେ କହିଥିଲେ ଯେ ଏହି ଲୋକମାନେ ଗୁଗୁଲ ଓ ହ୍ୱାଟ୍ସଆପ ନମ୍ବର ମାଧ୍ୟମରେ ଲୋକଙ୍କ ସହ କଥା ହେଉଥିଲେ ।

Get real time updates directly on you device, subscribe now.