TGT ନିଯୁକ୍ତି ୨୦୨୪: ନଭେମ୍ବର ୧୭ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବିଷୟର ପରୀକ୍ଷାର Answer Key ଜାରି କଲା SSB

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟ୍ରେନଡ ଗ୍ରାଜୁଏଟ ଟିଚର (ଟିଜିଟି) ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ନଭେମ୍ବର ୧୭ ତାରିଖରେ ହୋଇଥିବା ବିଭିନ୍ନ ବିଷୟର ପରୀକ୍ଷାର ଆନସର କୀ ଜାରି କରାଯାଇଛି । ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି), ଓଡ଼ିଶାର ୱେବସାଇଟରେ ବଟାନୀ, କେମିଷ୍ଟ୍ରି, କମର୍ସ, ଅର୍ଥନୀତି, ଏଜୁକେସନ, ଇଂରାଜୀ, ଭୂଗୋଳ, ଜିଓଲୋଜି, ହିନ୍ଦି, ଇତିହାସ, ହୋମ ସାଇନ୍ସ, ଆଇଆରପିଏମ, ଲଜିକ ଆଣ୍ଡ ଫିଲୋସଫି ଆଦି ୨୩ଟି ବିଷୟର ପରୀକ୍ଷାର ଆନସର କୀ ଜାରି କରାଯାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଜ ନିଜର ପେପରର ଉତ୍ତର ଚେକ୍ କରିପାରିବେ । ସେହିପରି ସମ୍ଭାବ୍ୟ ଆନସର କୀ’କୁ ନେଇ କୌଣସି ଅଭିଯୋଗ ଥିଲେ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ । ପ୍ରାର୍ଥୀମାନେ ନଭେମ୍ବର ୧୮ରୁ ୨୮ ମଧ୍ୟରେ ରେଜିଷ୍ଟର୍ଡ ପୋଷ୍ଟ ଜରିଆରେ ଏବଂ ୨୮ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଇ-ମେଲ ଜରିଆରେ ଆବେଦନ କରିପାରିବେ ।

ଲିଙ୍କ: https://ssbodisha.ac.in/wp-content/uploads/2024/11/Subject-wise-Provisional-Answer-Key-of-PGT-20241117.pdf