ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ, ବୟସ୍କ-ରୋଗାକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯାଆନ୍ତୁନି

ପୁରୀ ରଥଯାତ୍ରାକୁ ନେଇ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ ।

ଭୁବନେଶ୍ବର: ଆଜି ପବିତ୍ର ଘୋଷ ଯାତ୍ରା । ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମିଛି । ତେବେ ଏହାରି ଭିତରେ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି ।

ରୋଗାକ୍ରାନ୍ତ ବ୍ୟକ୍ତି ପୁରୀ ଆସନ୍ତୁନି- ଯେଉଁ ବ୍ୟକ୍ତିମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଏବଂ ବହୁ ରୋଗରେ ପୀଡିତ ହୋଇଛନ୍ତି ସେମାନେ ରଥଯାତ୍ରା ଭିଡ଼କୁ ଯାଆନ୍ତୁ ନାହିଁ ବୋଲି କୁହାଯାଇଛି ।  ରାଜ୍ୟରେ ଗତ କିଛି ଦିନ ହେବ ହଇଜା ବ୍ୟାପୁଥିବା ବେଳେ କୋଭିଡ ଏବଂ ହଇଜାକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

ରଥଯାତ୍ରାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ  ମିଶ୍ର । ପୁରୀରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ସ୍ବାସ୍ଥ୍ୟବିଭାଗର ପ୍ରସ୍ତୁତି- ଅଧିକ ଶଯ୍ୟା, ଆଇସିୟୁ, ଆମ୍ବୁଲାନ୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ହଇଜା ବ୍ୟାପୁଥିବାରୁ ପୁରୀରେ ଏକ ଟିମ୍ ଖାଦ୍ୟର ମାନ ପରୀକ୍ଷା କରୁଛନ୍ତି । ତେବେ କେବଳ ଆଜି ନୁହେଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରହି ସ୍ଥିତି ଉପରେ ନଜର ରଖିବେ ।

ଆଜି ଭକ୍ତମାନଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସହିତ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ସେହିପରି ବଡଦାଣ୍ଡ ରଥ ସବୁଆଡେ ମୋବାଇଲ ଟିମକୁ ସଜାଗ ରଖାଯାଇଛି ।