fbpx

କାଳସର୍ପ ଦୋଷରୁ ମୁକ୍ତି ପାଇଁ କରନ୍ତୁ ନାଗପଞ୍ଚମୀ: ଦୂର ହେବ ଶିକ୍ଷା, ଚାକିରି, କ୍ୟାରିଅର, ବାଣିଜ୍ୟରେ ଆସୁଥିବା ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନାଗ ପଞ୍ଚମୀ ଦିନ ଉପବାସ ପାଳନ କରି ସର୍ପ ଦେବତାଙ୍କୁ ପୂଜା କଲେ ସର୍ପ ଦୋଷରୁ ମୁକ୍ତି ମିଳିବ । ଏହା ସହିତ ନାଗ ପଞ୍ଚମୀ ଦିନ କାଳସର୍ପ ଦୋଷ ଦୂର କରିବା ପାଇଁ କିଛି ଖାସ ଉପାୟ କରନ୍ତୁ । ଦେଖିବେ ନିହାତି ସଫଳ ହେବେ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ଜାତକରେ ଶୁଭ ତଥା ଅଶୁଭ ଯୋଗ ଭବିଷ୍ୟତକୁ ପ୍ରଭାବ ପକାଇଥାଏ । ଜାତକରେ ଗ୍ରହମାନଙ୍କର ଉଦ୍ଦିଷ୍ଟ ସ୍ଥିତି ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି ମଧ୍ୟ କରେ । ଏହିପରି ଗୋଟିଏ ଯୋଗ ହେଉଛି କାଳସର୍ପ ଯୋଗ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ଜନ୍ମକୁଣ୍ଡଳୀରେ ଯେତେବେଳେ ସମସ୍ତ ଗ୍ରହ ରାହୁ ଏବଂ କେତୁ ମଧ୍ୟକୁ ଆସିଯାନ୍ତି , ସେଥିରେ କାଳସର୍ପ ଯୋଗ ସୃଷ୍ଟି ହୋଇଥାଏ । କାଳ ସର୍ପ ଦୋଷ ସ୍ଥିତି ଯେଉଁ କୁଣ୍ଡଳୀରେ ମିଳିଥାଏ, ସେମାନେ ତାଙ୍କ ଜୀବନରେ ସଂଘର୍ଷ ଏବଂ ସମସ୍ୟାରେ ବୁଡି ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟରେ ବାଧା ଆସିଥାଏ । ଶିକ୍ଷା, ଚାକିରି, କ୍ୟାରିଅର, ବାଣିଜ୍ୟ ଏବଂ ସ୍ୱାସ୍ଥ୍ୟ ମାମଲାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଏହା ସମ୍ପୂର୍ଣ୍ଣ ଭାବରେ ଜଣେ ବ୍ୟକ୍ତିଙ୍କ ଗ୍ରହ ନକ୍ଷତ୍ର ଉପରେ ନିର୍ଭର କରେ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏପରି ପରିସ୍ଥିତିରେ ଯାହାର ଜାତକରେ ଏହି ତ୍ରୁଟି ଦେଖାଯାଏ, ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ କିଛି ପ୍ରତିକାର କରିବା ଉଚିତ ଯାହା ଦ୍ୱାରା ଏହି ତ୍ରୁଟିଗୁଡିକ ଦୂର ହୋଇପାରିବ । ନାଗ ପଞ୍ଚମୀ ଦିନ ଏହି ନିୟମ କରିବା ଅଧିକ ଫଳପ୍ରଦ ହୋଇଥାଏ । ଏଥର ନାଗ ପଞ୍ଚମୀ ଶ୍ରାବଣ ମାସର ଶୁକ୍ଲ ପକ୍ଷ ପଞ୍ଚମୀରେ ଅର୍ଥାତ୍ ୨୧ ଅଗଷ୍ଟରେ ପାଳନ କରାଯିବ । ଏହି ଦିନ କାଳସର୍ପ ଦୋଷରୁ କିପରି ମୁକ୍ତି ପାଇପାରିବେ ଜାଣନ୍ତୁ .. । ନାଗ ଦେବତା ପ୍ରଭୁ ଭୋଳାନାଥଙ୍କର ଏକ ମୁଖ୍ୟ ଅଳଙ୍କାର ଯିଏ ତାଙ୍କ ଗଳାରେ ରୁହନ୍ତି ।

ସୋମବାର ଦିନ ସର୍ପ ଦେବତାଙ୍କ ସହିତ ପ୍ରଭୁ ଭୋଳାନାଥଙ୍କୁ ଖୁସି କରିବା ପାଇଁ ଶିବଲିଙ୍ଗ ଉପରେ ଏକ ପିତ୍ତଳ କଳସି ପାଣି ଅର୍ପଣ କରନ୍ତୁ । ପୂଜା କରିବା ପରେ ବେଲପତ୍ର, କ୍ଷୀର, ମିଠା ଏବଂ ଫୁଲ ଫଳ ଦିଅନ୍ତୁ । ଏହି ପୂଜା ପରେ ସର୍ପ ଦେବତାଙ୍କୁ ମଧ୍ୟ ପୂଜା କରନ୍ତୁ ।ନାଗ ପଞ୍ଚାମି ଦିନ, କାଳ ସର୍ପଦୋଷ କୁ ହଟାଇବା ପାଇଁ ଯୋଡି ଭାବେ ପୂଜା କରିବା ଉଚିତ୍ । ଏମିତିରେ ଧନ ସମ୍ପଦ ବୃଦ୍ଧି ପାଏ । ଏହିଦିନ ପୂଜା କରିବାର ଶୁଭ ସମୟ ସକାଳ ୫:୫୩ ରୁ ସକାଳ ୮:୩୦ ପର୍ଯ୍ୟନ୍ତ ରହିଛି । ଏହି ଦିନ ସର୍ପ ଦେବତାଙ୍କୁ କ୍ଷୀର ଅର୍ପଣ କରନ୍ତୁ ।

Get real time updates directly on you device, subscribe now.