କଖାରୁ ଖାଇବା ଆପଣଙ୍କ ପସନ୍ଦ ହେଉ କି ନ ହେଉ ଏହାର ମଞ୍ଜି ଖାଇବା ଜରୁରୀ ଅଟେ। ଏହି ମଞ୍ଜିରେ ଭିଟାମିନ୍ସ, ଖଣିଜ, ପ୍ରୋଟିନ୍ ଏବଂ ଆଣ୍ଟିି ଅକ୍ସିଡେଣ୍ଟରେ ଭରପୂର ରହିଛି । ଏହା ଶରୀର ପାଇଁ ବହୁତ ଜରୁରୀ। ଏହି ମଞ୍ଜିରେ ମ୍ୟାଗ୍ନେସିୟମ-ଜିଙ୍କ୍ ବହୁତ ପରିମାଣର ରହିଛି । ଏହା ହାଡ଼ ପାଇଁ ବହୁତ ଆବଶ୍ୟକ।
ମହିଳାଙ୍କଠାରେ ଅଷ୍ଟି୍ରୟୋପୋରୋସିସ୍ ରୋଗ ଦେଖାଦେଇଥାଏ । ମହିଳାମାନଙ୍କ ପାଇଁ ବହୁତ ଉପକାରୀ କଖାରୁ ମଞ୍ଜି । ହାର୍ଟ ପାଇଁ ଏହି ମଞ୍ଜି ବହୁତ ଲାଭଦାୟକ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ମିଳିଥାଏ।
ଅନୁଧ୍ୟାନରୁ ଜଣାପଡିଛି, କଖାରୁ ମଞ୍ଜିରୁ ପ୍ରସ୍ତୁତ ହେଉଥିବା ତେଲ ଖାଇବା ଦ୍ୱାରା ପ୍ରୋଷ୍ଟେଟ ଓ ୟୁରିନାରି ସମସ୍ୟା ବି ଦୂର ହୋଇଯାଏ। ଏହା ରକ୍ତଚାପ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ। କଖାରୁ ମଞ୍ଜି ଖାଇଲେ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଯାଏ।
କଖାରୁ ମଞ୍ଜିରେ ଫାଇବର, ପ୍ରୋଟିନ୍, ମନୋସାଚ୍ୟୁରେଟେଡ ଫ୍ୟାଟ୍, ଓମେଗା-୬, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍ଫରସ ରହିଛି। ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍ କୋଲେଷ୍ଟରଲ୍ କମ କରିବାରେ ସାହାଯ୍ୟ କରେ। ଏହା ଗଲ୍ ବ୍ଲାଡରରେ ଷ୍ଟୋନ ହେବାକୁ ଦିଏନାହିଁ ଓ ଯେଉଁମାନେ କଖାରୁ ମଞ୍ଜି ଖାଆନ୍ତି ସେମାନଙ୍କୁ ବ୍ରେଷ୍ଟ୍ କ୍ୟାନ୍ସର ହେବା ଆଶଙ୍କା କମ୍ ରହେ ବୋଲି ଏକ ଗବେଷଣାରୁ ଜଣାପଡିଛି।