ଡେଲିଭରି ବଏ ଦୁଷ୍କର୍ମ ମାମଲାରେ ବଡ଼ ଖୁଲାସା: ଅଭିଯୁକ୍ତ ହେଉଛନ୍ତି ପୀଡିତାଙ୍କର ବନ୍ଧୁ, ପୀଡିତା ନିଜେ…
ପୁଣେରେ ଜଣେ IT ପ୍ରଫେସନାଲଙ୍କ ସହିତ ଦୁଷ୍କର୍ମ ମାମଲା ଏବେ ନୂଆ ମୋଡ଼ ନେଇଛି ।
ମହାରାଷ୍ଟ୍ର: ପୁଣେରେ ଜଣେ IT ପ୍ରଫେସନାଲଙ୍କ ସହିତ ଦୁଷ୍କର୍ମ ମାମଲା ଏବେ ନୂଆ ମୋଡ଼ ନେଇଛି । ଦୁଷ୍କର୍ମ କରିଥିବା ଡେଲିଭରି ବଏ ହେଉଛନ୍ତି ପୀଡିତାଙ୍କର ବନ୍ଧୁ ।
ପୋଲିସର କହିବା ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣକ ଡେଲିଭରି ବଏ ନୁହେଁ ବରଂ ଯୁବତୀଙ୍କ ବନ୍ଧୁ। ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି ଯେ, 22 ବର୍ଷୀୟ ଯୁବତୀ ନିଜେ ତାଙ୍କ ସହିତ ସେଲଫି ନେଇଥିଲେ, ଯେଉଁଥିରେ ବ୍ୟକ୍ତିର ଚେହେରା ପରିଷ୍କାର ଭାବରେ ଦେଖାଯାଉଥିଲା ।
ଯଦିଓ ପରେ ଏହି ଫଟୋକୁ କ୍ରପ କରି ଦିଆଯାଇଛି ଏବଂ ତାଙ୍କ ଫୋନରେ ଏକ ଧମକପୂର୍ଣ୍ଣ ମେସେଜ୍ ପୀଡିତା ନିଜେ ଲେଖିଛନ୍ତି ବୋଲି ପୋଲିସ କହିଛି । ଏହା ସହିତ ସେଦିନ କୌଣସି ରାସାୟନିକ ସ୍ପ୍ରେ ବ୍ୟବହାର ହୋଇନଥିଲା ବୋଲି ମଧ୍ୟ ପୋଲିସ କହିଛି ।
ପୋଲିସ କମିଶନର କହିଛନ୍ତି ଯେ, ସେମାନେ ପରସ୍ପରକୁ ବହୁ ବର୍ଷ ଧରି ଜାଣନ୍ତି ଏବଂ ସମାନ ସମ୍ପ୍ରଦାୟର। ଯୁବତୀ ଜଣକ ଦାବି କରିଥିଲେ ଯେ, ବୁଧବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି କୋଢୱା ଅଞ୍ଚଳର ତାଙ୍କ ଫ୍ଲାଟରେ କୁରିଅର ଡେଲିଭରି ଏଜେଣ୍ଟ ଭାବରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲେ। ପୋଲିସ ଅନୁଯାୟୀ, ଘଟଣା ସମୟରେ ସେ ଘରେ ଏକା ଥିଲେ। ଝିଅଟି କହିଛି ଯେ ସେ ଚେତାଶୂନ୍ୟ ହୋଇଯାଇଥିଲା ଏବଂ ଯେତେବେଳେ ସେ ଚେତା ଫେରିଲେ, ସେହି ବ୍ୟକ୍ତି ସେଠୁ ଚାଲିଯାଇଥିଲା।
ବର୍ତ୍ତମାନ ଝିଅଟିର ମାନସିକ ଅବସ୍ଥା ଭଲ ନାହିଁ
ପୋଲିସ କହିଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣେ ଉଚ୍ଚ ଶିକ୍ଷିତ ବୃତ୍ତିଗତ। ଝିଅଟିକୁ ଚେତାଶୂନ୍ୟ କରିବା ପାଇଁ କୌଣସି ରାସାୟନିକ ସ୍ପ୍ରେ ବ୍ୟବହାର କରାଯାଇ ନାହିଁ (ଯେପରି ପୂର୍ବରୁ ସନ୍ଦେହ କରାଯାଇଥିଲା)। ତେବେ ପୀଡିତା କାହିଁକି ଦୁଷ୍କର୍ମ ଅଭିଯୋଗ କରିଛନ୍ତି ତାହା ଜାଣିବାକୁ ପୋଲିସ ଏବେ ବି ଚେଷ୍ଟା କରୁଛୁ ଏବଂ ତଦନ୍ତ ଜାରି ରହିଛି ବୋଲି କମିଶନର କହିଛନ୍ତି । କାରଣ ବର୍ତ୍ତମାନ ଝିଅଟିର ମାନସିକ ଅବସ୍ଥା ଭଲ ନାହିଁ।