fbpx

ରୋହିତଙ୍କ ବିରୋଧରେ ପୁଣେ ପୋଲିସର ପଦକ୍ଷେପ: ବାଂଲାଦେଶ ବିପକ୍ଷ ମ୍ୟାଚ ପୂର୍ବରୁ ବଡ଼ ଭୁଲ କରି ଦେଲେ

ନୂଆଦିଲ୍ଲୀ: ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଏବଂ ବାଂଲାଦେଶ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତର ଅଧିନାୟକ ରୋହିତଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଯାହା ଫଳରେ ପୁଣେ ପୋଲିସ ରୋହିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଭାରତୀୟ ଦଳ ପୁଣେରେ ପହଞ୍ଚିବା ପରେ ରୋହିତ ଆଇନ ଉଲ୍ଲଙ୍ଘନ କରି ପୋଲିସ ହାତରେ ଧରା ପଡ଼ିଛନ୍ତି । ତେଣୁ ତାଙ୍କୁ ଦଣ୍ଡ ଦେଇଛି ପୁଣେ ପୋଲିସ ।

ପୁଣେରେ ପହଞ୍ଚିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଇନ ଭାଙ୍ଗି ଏକ ବଡ଼ ଭୁଲ କରି ଦେଇଛନ୍ତି । ତେଣୁ ପୁଣେ ପୋଲିସ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ପୋଲିସ ରୋହିତ ଶର୍ମାଙ୍କୁ ଫାଇନ ଆଦାୟ କରିଥିବା ଜାଣିବାକୁ ମିଳିଛି । ରିପୋର୍ଟ ଅନୁସାରେ, ରୋହିତ ନିଜ ଲାମ୍ବୋରଗିନି ଗାଡ଼ି ଧରି ହାଇୱେରେ ବୁଲିବା ପାଇଁ ବାହାରିଥିଲେ । ତେବେ ହାଇୱେରେ ସର୍ବାଧିକ ବେଗ ୧୦୦ କି.ମି/ଘଣ୍ଟା ଥିବା ବେଳେ ରୋହିତ ଏହାକୁ ଭାଙ୍ଗି ୨୧୫ କି.ମି/ଘଣ୍ଟା ବେଗରେ ଗାଡ଼ି ଚଳାଉଥିଲେ । ଏହି ସମୟରେ ପୁଣେ ପୋଲିସ ହାତରେ ଧରା ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । ତେବେ ରୋହିତଙ୍କ ଏହି ଅସାବଧାନତା ଯୋଗୁଁ ପୁଣେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜରିମାନା ଲାଗୁ କରିଛି ।

ତେବେ ଭାରତୀୟ ଦଳର ଅଧିନାୟକ ହୋଇଥିବାରୁ ରୋହିତଙ୍କୁ ସାବଧାନ ରହିବା ସହ ସଚେତନ ରହିବା ଉଚିତ୍ । କିନ୍ତୁ ତାଙ୍କର ଏଭଳି କାରନାମା ସାରା ଭାରତ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ । ଗତବର୍ଷ ଦଳର ଷ୍ଟାର ପ୍ଲେୟର ଋଷଭ ପନ୍ତ ଏଭଳି ନିଷ୍ପତ୍ତି ନେଇ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେଣୁ ଆଜି ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ପ୍ରାୟ ୧୦ ମାସରୁ ଟିମ ଇଣ୍ଡିଆରେ ସ୍ଥାନ ହରାଇଛନ୍ତି ଋଷଭ ।

Get real time updates directly on you device, subscribe now.