fbpx

Ind vs Ban WC-2023; ସିରାଜଙ୍କ ସ୍ଥାନରେ ଖେଳିବେ ଏହି ବୋଲର? କ’ଣ ରହିବ ଭାରତର ପ୍ଲେଇଙ୍ଗ-୧୧

ନୂଆଦିଲ୍ଲୀ: ହାଟ୍ରିକ ବିଜୟ ପରେ ୧୯ ତାରିଖରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ । ପୁଣେର ଏମସିଏ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏହି ମ୍ୟାଚରେ ବଂଲାଦେଶକୁ ମାତ୍ ଦେଇ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ । ସେହିପରି ଦୁଇଟି ପରାଜୟ ପରେ ନିଜ ଲୟ ଫେରି ପାଇବାକୁ ଚେଷ୍ଟା କରିବ ବାଂଲାଦେଶ । ତେବେ ଏହି ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରନ୍ତି । ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରୁ ମହମ୍ମଦ ସିରାଜ ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି ।

ବର୍ତ୍ତମାନ ଭାରତୀୟ ଦଳ ନିଜ ବ୍ୟାଟିଂ ଏବଂ ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଏହି ମ୍ୟାଚରେ ରୋହିତ ସିରାଜଙ୍କୁ ବିଶ୍ରାମ ଦେଇ ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିପାରନ୍ତି । ଭାରତ ଚଳିତ ବିଶ୍ୱକପରେ ୩ଟି ମ୍ୟାଚ ଖେଳି ସାରିଥିବା ବେଳେ କୌଣସି ମ୍ୟାଚରେ ସୁଯୋଗ ପାଇନାହାନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ତେଣୁ ଏହି ମ୍ୟାଚରେ ସିରାଜଙ୍କ ସ୍ଥାନରେ ଶାମୀଙ୍କୁ ସାମିଲ କରିପାରନ୍ତି ଅଧିନାୟକ ରୋହିତ । ସେହିପରି ଜଶପ୍ରୀତ ବୁମରାହ କିମ୍ବା ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରୁ ଜଣଙ୍କୁ ଦଳରୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ରୋହିତ ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି । ତେବେ ଏ ନେଇ ବଡ଼ ବୟାନ ଦେଇଛନ୍ତି ଭାରତର ବୋଲିଂ କୋଚ୍ ପାରସ ମହାମ୍ବ୍ରେ ।

ସେ କହିଛନ୍ତି ଯେ, ଦଳରେ ବୋଲରଙ୍କୁ ପରିବର୍ତ୍ତନ କରିବା ନେଇ କୌଣସି ଆଲୋଚନା ହୋଇନାହିଁ । ତେବେ ସିରାଜଙ୍କୁ ଦଳରୁ ବାଦ୍ ଦେଇ ଶାମୀଙ୍କୁ ସୁଯୋଗ ଦେବା ସହଜ ହେବନାହିଁ । ଶାମୀଙ୍କ ଭଳି ଜଣେ ବୋଲରଙ୍କୁ ଦଳରୁ ବାହାରେ ରଖିବା ଖୁବ କଷ୍ଟଦାୟକ, କିନ୍ତୁ ଦଳକୁ ମାତ୍ର ୧୧ ଜଣ ଖେଳାଳିଙ୍କୁ ହିଁ ଚୟନ କରିବାକୁ ପଡ଼ିବ । ବୁମରହ ଏବଂ ସିରାଜ ବର୍ତ୍ତମାନ ଦମଦାର ଫର୍ମ ଦେଇ ଗତି କରୁଛନ୍ତି । ଉଭୟ କେଳାଳି ସମସ୍ତ ମ୍ୟାଚରେ ଲଗାତାର ସଫଳ ହାସଲ କରୁଛନ୍ତି । ତେଣୁ ଦଳରେ କୌଣସି ପରିବର୍ତ୍ତନ କରିବା ହୁଏତ ସମ୍ଭବ ନୁହେଁ । ତେବେ ସୂର୍ଯ୍ୟକୁମାର ଯାଦବ ଏବଂ ମହମ୍ମଦ ଶାମୀଙ୍କୁ ବିଶ୍ୱକପରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.